କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗର ଆଲୋଚନା ଚକ୍ର

0 3

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଚନ୍ଦ୍ରଯାନ-3 ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ରବିନାରାୟଣ ପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଡ. ସଞ୍ଜୀବ କୁମାର ଦାସ, ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଗିରିଧର ନାୟକ, ବିଭାଗୀୟ ପ୍ରଦର୍ଶକ ସଞ୍ଜୟ କୁମାର ପଣ୍ଡା,ବିଭାଗୀୟ ବିଜ୍ଞାନଗାର ରକ୍ଷକ ଶ୍ରୀନିବାସ ତ୍ରିପାଠି ପ୍ରମୁଖ ଯୋଗ ଦେଇଥିଲେ I ଏଥିରେ ସନ୍ଦର୍ଭ ପାଠକ ଏବଂ ଅତିଥି ମାନେ ଚନ୍ଦ୍ରଯାନର ଉତ୍କ୍ଷେପଣ ଓ ଅବତରଣ ପ୍ରକ୍ରିୟା, ଚନ୍ଦ୍ରପୃଷ୍ଠରେ ତାପମାତ୍ରାର ପରିବର୍ତ୍ତନ,ଅମ୍ଳଜାନ, ଉଦଜାନ, ଜଳ, ଖଣିଜ ପଦାର୍ଥର ଉପସ୍ଥିତି,ଭବିଷ୍ୟତରେ ମାନବ ସମାଜ ପାଇଁ ବସତି ସ୍ଥାପନ,ମହାକାଶ ଯାନ ଉତ୍କ୍ଷେପଣ ପାଇଁ ମହକାଶ ଗବେଷଣା କେନ୍ଦ୍ର ସ୍ଥାପନ ଏବଂ ଚନ୍ଦ୍ର ପୃଷ୍ଠରେ ଶକ୍ତିର ଉତ୍ସ ସୃଷ୍ଟି ସମ୍ପର୍କରେ ମତବ୍ୟକ୍ତ କରିଥିଲେ I ଆଲୋଚନା ଚକ୍ରରେ ପ୍ରୀତୀମୟୀ ତ୍ରୀପାଠୀ ସନ୍ଦର୍ଭ ପାଠ କରିଥିଲେ I ଛାତ୍ର ତପୁ ବିଷୋୟୀ ଧନ୍ୟବାଦ ଜ୍ଞାପନ କରିଥିଲେ I

Leave A Reply

Your email address will not be published.