ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ଜିଲ୍ଲା ଶିକ୍ଷା ବିଭାଗ, ରାୟଗଡ଼ ପକ୍ଷରୁ ପାଳନ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲାଶିକ୍ଷା ବିଭାଗ ତରଫରୁ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ଥିବା ସରକାରୀ ବିଦ୍ୟାଳୟର ସମସ୍ତ ଛାତ୍ରୀ ଓ ଶିକ୍ଷକ କ ଶିକ୍ଷୟିତ୍ରୀ ଆଜି ଅନୁରୂପଭାବେ ନିଜ ନିଜ ସ୍ତରରେ ଏହି ପରି ଭାବରେ ସଚେତନ କରି ସମାଜରେ କନ୍ୟା ସନ୍ତାନ ମାନଙ୍କ ପ୍ରତି ସଂବେଦନଶୀଳ ହେବାପାଇଁ ସଚେତନତା କାର୍ଯ୍ୟକ୍ରମ ବୋଲି ଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହା ସୂଚନା ପ୍ରଦାନ କରିଥିଲେ । ଏହି ଅବସର ରେ ଆଜି ଏକ ସାଧାରଣ ସଭାର ଆୟୋଜନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବରିହାଙ୍କ ଅଧକ୍ଷତା ରେ ଅନୁଷ୍ଟିତ ହୋଇଥିଲା । ଏହି ସମାବେଶରେ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ଯୋଗଦେଇଥିବା ବେଳେ ମହିଳା ମହା ବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ଅର୍ଚନା ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଦିବସର ଉଦେଶ୍ୟ ବିଷୟରେ ଆଲୋକପାତ କରି କହିଥିଲେଯେ, ପ୍ରତେକ ଝିଅ ମାନଙ୍କର ସୁରକ୍ଷା ଓ ଉଜ୍ଜଳ ଭବିଷ୍ୟତ ହିଁ ସରକାରଙ୍କ ଲକ୍ଷ୍ୟ । ଚଳିତ ବର୍ଷ ଶିଶୁ କନ୍ୟା ଦିବସ ର ବାର୍ତ୍ତା ରହିଛି “ବାଳିକା ମାନଙ୍କର ନେତୃତ୍ଵ ର ବିକାଶ “। ମୁଖ୍ୟତଃ କିଶୋରୀମାନେ ସମାଜର ପ୍ରତିବନ୍ଧକ କୁ ପ୍ରତିହତ କରି କିପରି ଶସକ୍ତ ହୋଇପାରିବେ ତାହା ଆଜିର ଦିବସ ର ମୁଖ୍ୟ ଉଦେଶ୍ୟ । ନିଜର ବକ୍ତବ୍ୟ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା କହିଲେ ଯେ ପୁଅ ମାନଙ୍କ ଠାରୁ ଝିଅ ମାନେ କୌଣସି ଗୁଣରେ କମ ନୁହଁନ୍ତି । କିନ୍ତୁ ସମାଜରେ ରକ୍ଷଣଶୀଳ ମନୋଭାବ ଓ ଝିଅ ମାନଙ୍କ ପ୍ରତି ଆମର ଦୃଷ୍ଟି କୋଣରେ ସେମାନଙ୍କୁ ପଛରେ ବୋଲି କୁହାଯାଉଛି । ସମୟରେ ପରିବର୍ତ୍ତନ ଆସିଛି , ତେଣୁ ଆମ ମାନଙ୍କୁ ମିଳିମିଶି ବାଳିକା ମାନଙ୍କର ଶିକ୍ଷାକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କ ନିମନ୍ତେ ସରକାରଙ୍କର ଯୋଜନାରେ ସାମିଲ କରି ଆର୍ଥିକ ସ୍ତରରେ ଶସକ୍ତ କରାଇବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ସମସ୍ତ କିଶୋରୀ ଆତ୍ମରକ୍ଷା କୌଶଳ ଶିକ୍ଷା ଶିଖିବା ସହିତ ନାରୀ ମାନଙ୍କ ନିମନ୍ତେ ଥିବା ବିଭିନ୍ନ ଆଇନ ଉପରେ ଜାଣିବା ନିତାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ବକ୍ତୃତା, ପ୍ରବନ୍ଧ ଓ ସଙ୍ଗୀତ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ, ବ୍ଲକ ଶିକ୍ଷା ଅଧିକାରୀ, ରାୟଗଡ ଶ୍ରୀ ସୁଦୀପ୍ତ କୁମାର ଦାସ, ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ଭୋଇ ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନଙ୍କର ସମସ୍ୟା ବିଶେଷ କରି କିଶୋରୀ ବାଳିକା ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ , ସେମାନଙ୍କର ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।
Sign in
Sign in
Recover your password.
A password will be e-mailed to you.