ସାରସକଣା ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀଜୟନ୍ତୀ ଠାରୁ ରାଜ୍ୟ ସରକାରଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇ ଜନସାଧାରଣଙ୍କୁ ସରକାରୀ ସେବା ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନା କରାଇବା ଲକ୍ଷ୍ୟ ରେ ପାଳିତ ହେଉଥିବା ଜନସଂପର୍କ ପଦଯାତ୍ରା ଜିଲ୍ଲା ଉପ ସଭାପତି ଶ୍ରୀ ଅମରେନ୍ଦ୍ର କରଙ୍କ ନେତୃତ୍ଵ ରେ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ବିଜେଡି ପକ୍ଷରୁ ୫୫ ନଂ ଜୋନରେ ଶେଷ ହୋଇ ଯାଇଛି ।ଏହି ଜନସମ୍ପର୍କ ପଦଯାତ୍ରାରେ ପ୍ରତି ଗ୍ରାମରେ ପଥପ୍ରାନ୍ତ ସଭାକରି ଗ୍ରାମବାସୀଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସମ୍ପର୍କରେ ସଚେତନତା କରିବା ସହିତ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଶିକ୍ଷା ,ସ୍ବାସ୍ଥ୍ୟ ଗମନାଗମନ, କୃଷି ଓ କୃଷକ ହିତକାରୀ ଯୋଜନା ସମନ୍ଧରେ ସଚେତନା କରିଥିଲେ । ସାରସକଣା ବ୍ଳକ୍ ର ଉମାଦେଇପୁର ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ ସହିତ ସାରସକଣା ଗ୍ରାମ ପଞ୍ଚାୟତ ର ନୂଆଗାଁ ଛକରୁ ଆରମ୍ଭ କରି ବିଜେଡ଼ି କାର୍ଯ୍ୟାଳୟ ଠାରେ ଏକ ସଭାର ଆୟୋଜନ କରାଯାଇ ଥିଲା । ସଭାରେ ନବୀନ ସରକାରଙ୍କର ୨୫ ବର୍ଷ ଭିତରେ ରାଜ୍ୟରେ ଥିବା ଗରିବ ଲୋକ ଓ ମହିଳା ମାନଙ୍କ ବିକାଶକୁ ସବୁ ବେଳେ ଗୁରୁତ୍ଵ ଦେଉ ଥିବା ବେଳେ ଏମାନଙ୍କ ନିମନ୍ତେ ଯୋଜନା ଉପରେ ଯୋଜନା କାର୍ଯ୍ୟ କାରୀ ହେଉଅଛି । ଯାହା ଫଳରେ ଆଜି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଲୋକାଭିମୁଖୀ ଯୋଜନା ,ମଧୁବାବୁ ପେନସନ ଯୋଜନା , ମୋ କୁଡିଆ , ସ୍ୱାସ୍ଥ୍ୟ, ଶିକ୍ଷା ର ଉନ୍ନତି ସହିତ ମହିଳାଙ୍କର ବିକାଶ ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ଅନେକ ଲୋକଭିମୁଖୀ ଯୋଜନା ବିଷୟରେ ଅବଗତ କରାଇବା ସହିତ ପ୍ରଚଳିତ ବିକାଶ ଧାରାକୁ ବଜାୟ ରଖୁବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରା ରେ ରାଜ୍ୟସଭା ସାଂସଦ ମମତା ମହାନ୍ତ,ପୂର୍ବତନ ବିଧାୟକ ଭାଦବ ହାଁସଦା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ସିଂ, ରାମଚନ୍ଦ୍ର ମୁର୍ମୁ, ଦେବାଶିଷ ମହାନ୍ତି, ଦୁର୍ଗା ମୁର୍ମୁ, ଟୁଟୁ ବସା , ଚିନ୍ମୟ ସାହୁ ,ବାବି ପାଣି , ଦେବାଶିଷ ମହାନ୍ତି , ବ୍ଲକ ସଭାପତି ସମୀର ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନେକ କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post