ଗାଇସିଲାଟ/ମନ ଡନସନା- ରାଜବୋଡାସମ୍ବର କୃଷକକୃଷକ ସଂଗଠନ ଗାଇସିଲେଟ ବ୍ଲକ ତରଫରୁ ଆଜି ଜୟ ଭାରତୀ ଶ୍ରମିକ ଭବନ ଠାରେ ସଭାପତି ଅରବିନ୍ଦ ପଣ୍ଡା ଙ୍କ ତତ୍ପାବଧାନ ରେ ପ୍ରେସ ମିଟ କରାଯାଇଥିଲା।ବରଗଡ଼ ଜିଲ୍ଲାର ସବୁ କ୍ଷେତ୍ରରେ ଅନଅଗ୍ରସର ବ୍ଲକ ଭାବେ ପରିଗଣିତ।ବ୍ଲକରେ ସବୁଠାରୁ କାମ ଜମି ଜଳ ସେଚିତ ଆଦର୍ଶ ମଣ୍ଡି ଟିଏ ନାହିଁ ଶୀତଳ ଭଣ୍ଡାର ନ ଥିବା କାରଣ ରୁ ପନିପରିବା ବିକ୍ରି ପ୍ରଭାବିତ ଏପରିକି କ୍ଷେତ ରେ ପନିପରିବା ଛାଡି ଦେଉଛନ୍ତି।ମରୁଡ଼ି ହେଲେ କ୍ଷତିପୂରଣ ଠିକ ଭାବେ ମିଳିପାରୁ ନାହିଁ ବନ୍ୟଜନ୍ତୁ ପ୍ରାଦୁର୍ଭାବ ଯୋଗୁଁ ଅଭାବନୀୟ କ୍ଷତି ସହିବାକୁ ପଡୁଛି।ଏହି ସବୁ ସମସ୍ୟା କାରଣରୁ ଅଞ୍ଚଳର ଯୁବକ ଯୁବତୀ ଚାଷ ନ କରି ଦାଦନ ଖଟି ଯିବା ଶ୍ରେୟ ମଣୁଛନ୍ତି।ବୋଲି କୃଷକ ସଙ୍ଗଠନ ର ସଦସ୍ୟ ମାନେ ପ୍ରେସ ମିଟ କରି ଜଣାଇଛନ୍ତି ।ସେଥିପାଇଁ ରାଜବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୨ ଅକ୍ଟୋବର ଦିନ ୧୧ ଦଫା ଦାବି ନେଇ ବିରାଟ କୃଷକ ଚେତାବନୀ ସମାବେଶ ର ଡାକରା ଦିଆଯାଇଛି।ଯେଉଁଥିରେ ବ୍ଲକର ସମସ୍ତ ଜମି ଜଳସେଚନ କରାଯାଉ ,ସମସ୍ତ କୃଷି ଋଣ ଛାଡ କରାଯାଉ,ବାକେୟା ବିଦ୍ୟୁତ ବିଲ ଛାଡକରୀ ୩୦୦ ୟୁନିଟ ପ୍ରୟନ୍ତ ଏବଂ କୃଷିକ୍ଷେତ୍ର ବ୍ୟବହୃତ ବିଦ୍ୟୁତ ସମ୍ପୂର୍ଣ୍ଣ ମାଗଣା ଦେବାପାଇଁ ଦାବୀ ରଖାଯାଇଛି ।ଗତ ବର୍ଷ ର୍ ବକେୟା ମରୁଡି ସହାୟତା ବୀମା ଟଙ୍କା ତୁରନ୍ତ ଦେବା ସହିତ ବନ୍ୟଜନ୍ତୁ କ୍ଷତିପୂରଣ ଦେବାକୁ ନିବେଦନ କରାଯାଇଛି।ଲଘୁବନ୍ୟାଜତ ଦ୍ରବ୍ୟ ର ଉଚିତ ମୁଲ୍ୟ ନିର୍ଦ୍ଧାରଣ କରି ବଜାର ବ୍ୟବସ୍ଥା କରାଯାଉ ଶିକ୍ଷା ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ କରିବାପାଇଁ ଦାବୀ କରାଯାଉଛି ଏପରିକି ପଦ୍ମପୁର କୁ ଜିଲ୍ଲା ଏବଂ କୋଶଳ ରାଜ୍ୟ କରିବା ପାଇଁ ଦାବିପତ୍ର ରେ ଉଲେଖ ଅଛି।ଏହି ସମାବେଶରେ ଜିଲ୍ଲା ବାହାରୁ ଏବଂ ଅନ୍ୟ ବ୍ଲକରୁ ମଧ୍ୟ କୃଷକ ପ୍ରତିନିଧି ଯୋଗ ଦେବା ପାଇଁ ସହମତି ଦେଇଥିବା ପ୍ରେସ ମିଟ ରେ ସୂଚନା ଦେଇଛନ୍ତି। ଅରବିନ୍ଦ ପଣ୍ଡା ଙ୍କ ସଭାପତିତ୍ୱ ରେ ଗଜପତି ସାହୁ ସଭା ପରିଚାଳନା କରିଥିବା ବେଳେ ସରୋଜ ସାହୁ ସ୍ୱାଗତ କରିଥିଲେ ଏବଂ ବୀଣାପାଣି ମାଝି ଉଦେଶ୍ୟ ଜ୍ଞାପନ କରିଥିଲେ ରମେଶ ମହାପାତ୍ର ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.