କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଅରୁଣୋଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ପାଳିତ ହୋଇଯାଇଛି । କୁଚିଣ୍ଡା ତାଲୁକ ସ୍ତରୀୟ ଆଇନ ସେବା କମିଟି ପକ୍ଷରୁ ଏହି ଦିବସକୁ ବିଦ୍ୟାଳୟ ସହ ମିଳିତ ଭାବରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରାଜକିଶୋର ଲେଙ୍କାଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଥିଲା । ମାନସିକ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଦେଶାତ୍ମ ବୋଧକ ନୃତ୍ୟ ପରିବେଷଣ ପରେ ସଭା ଅନୁଷ୍ଠିତ ହୋଇ ଥିଲା । ମୁଖ୍ୟ ବକ୍ତା ଭାବରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ. ସୁବୋଧ ନାୟକ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ତାଲୁକ ସ୍ତରୀୟ ଆଇନ ସେବା କମିଟିର ସଦସ୍ୟ କରୁଣାକର କିସାନ, କୁଚିଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଚିତ୍ରା ମିଶ୍ର ପ୍ରମୁଖ ଭାଷଣ ଦେଇ ମାନସିକ ଭାରସାମ୍ୟ କୁ ରୋଗୀକୁ ଭଲପାଇ ଦୂର କରାଯାଇ ପାରିବ ବୋଲି କହିଥିଲେ ।ଏହି ସହେତନତ ସଭାକୁ କମିଟିର ସମ୍ପାଦକ ଶାନ୍ତନୁ କୁମାର ସାହୁ ପରିଚାଳନା କରିଥଲେ l ମୁଖ୍ୟ ଅତିଥି ଜିଲ୍ଲା ଦୌରା ଜଜ୍ ଶ୍ରୀ ଲେଙ୍କା ତାଙ୍କ ଭାଷଣରେ ମାନସିକ ଶିଶୁଙ୍କ ସେବା,ଯତ୍ନ, ସୁରକ୍ଷା ଓ ଆଇନ ଗତ ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିବା ସହ ଶିଶୁଙ୍କ ଯତ୍ନ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ l ଶେଷରେ କୁଚିଣ୍ଡା ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟାପିକା ତଥା ଏନଏନଏସ ସଂଯୋଜିକା ବେଲମତି କୁମୁରା ଙ୍କ ନେତୃତ୍ୱ ରେ ଛାତ୍ର ଛାତ୍ରୀ ମାନେ ଏକକ ଅଭିନୟ ମାଧ୍ୟମରେ ମାନସିକ ଶିଶୁଙ୍କ ଯତ୍ନ ଓ ସଚେତନତା ଧର୍ମୀ ବାର୍ତା ଦେଇଥିଲେ l ଶେଷରେ ଅନୁଷ୍ଠାନ ର ଉପଦେଷ୍ଠା ସଞ୍ଜୟ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.