ଜିଲ୍ଲାସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ୨୦୧୮ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ୨୦୧୮ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରିଥିଲା । ଏହି ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା: ବିପିନ ବିହାରୀ ପାଣିଗ୍ରାହୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମାନସିକ ସ୍ୱାସ୍ଥ୍ୟ ଦିବସ ଉପରେ ଡଃ ପାଣିଗ୍ରାହୀ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ କହିବା ସହ ମାନସିକ ରୋଗର କେତେକ ସାଧାରଣ ଲକ୍ଷଣ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ମାନସିକ ରୋଗୀର ଉପଚାର ପାଇଁ ଉପରୋକ୍ତ କରିବା ଲକ୍ଷଣ ସବୁ ଦେଖାଦେଲେ ଏହି ଦିଗରେ ବିଡମ୍ୱ ନକରି ତୁରନ୍ତ ଡକ୍‍ଟରଙ୍କ ପରାମର୍ଶ କରି ଚିକିତ୍ସା ଆରମ୍ଭର ଆଶ୍ରୟ ନେଲେ ସଂପୃକ୍ତ ଏହି ମାନସିକ ରୋଗରୁ ସଂପୁର୍ଣ୍ଣ ଉପଶମ ମିଳିପାରିବ ବୋଲି କହିଥିଲେ । ଡି.ପି.ଏଚ୍‍.ଓ ଡଃ ପ୍ରଦୀପ କୁମାର ପାତ୍ର,ଏ.ଡି.ପି.ଏଚ.ଓ(ଭି.ବି.ଡି) ଡଃ ଛନ୍ଦା କାନୁନୁଗୋ ଯୋଗଦେଇ ଦିବସ ପାଳନ ଅବସରରେ ଚଳିତ ବର୍ଷର ରହିଥିବା ଧúମ ବା ବାର୍ତ୍ତା ଯୁବସମାଜ ଏବଂ ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟର ପରିବର୍ତ୍ତନର ବିଭିନ୍ନ ଦିଗ ଉପରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କମ୍ୟୁନିଟି ନର୍ସ ସନ୍ତୋଷ ମହାପାତ୍ର,ପି.ଏଚ.ଡବ୍ଲୁ ପ୍ରାଣରଞ୍ଜନ ନାୟକ ଏବଂ ସହରାଞ୍ଚଳ ଜନସ୍ୱାସ୍ଥ୍ୟ ପରିଚାଳକ ଗେଦଲା ରାଜେଶ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଚେତନତା ଶୋଭାଯାତ୍ରାରେ ନର୍ସି କଲେଜର ଛାତ୍ରୀମାନେ ବିଭିନ୍ନ ସଚେତନତା ମୁଳକ ପ୍ଲାକାର୍ଡ ଧରି ଓ ସ୍ଲୋଗାନ ଦେଇ ସାହିବସ୍ତି ଅଞ୍ଚଳ ପରିକ୍ରମା କରିଥିଲେ ।

Leave A Reply

Your email address will not be published.