କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ : ବିଜେଡି ପକ୍ଷରୁ ମହାକାଳପଡା ନିର୍ବାଚନ ସ୍ତରୀୟ ଜନସଂପର୍କ ପଦଯାତ୍ରା ଓ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାର୍ଶାଘାଇ ବଜାର ଜୁଣ ଛକରୁ ଏହି ପଦଯାତ୍ରା ବାହାରି ଦୀର୍ଘ ସମୟର ଯାତ୍ରା ପରେ ଡାକବଙ୍ଗଳା ପର୍ଯ୍ୟନ୍ତ ଚାଲୁ ରହିଥିଲା ।ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ଯୁବକ,ମହିଳା ଓ ବିଜେଡି କର୍ମୀମାନେ ଜନସଂପର୍କ କାର୍ଯ୍ୟକ୍ରମରେ ସାମିଲ ରହିଥିଲେ । ଜୁଣ ଛକରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।ଏହା ପରେ କଲେଜ ଛକ,ମେଡିକାଲ ରୋଡ ବଜାର ଓ ମାର୍ଶାଘାଇ ଡାକ ବଙ୍ଗଳା ପରିସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ବିଡ଼ିଓ ରଶ୍ମି ରେଖା ମଲ୍ଲିକ ସଭାପତିତ୍ବ କରିଥିବାବେଳେ ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାମଲ,ସିଳିପୁର ସରପଞ୍ଚ ମଧୁସ୍ମିତା ପରିଡ଼ା,ମହାକାଳପଡା ଅଧ୍ୟକ୍ଷା କଳ୍ପନା ରାଉତ,କେନ୍ଦ୍ରାପଡ଼ା ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ସଭାପତି ପ୍ରଫୁଲ୍ଲ ଦାସ,ଗଙ୍ଗାଧର ପରିଡ଼ା,ଜିଲ୍ଲାପରିଷଦ ପ୍ରତାପ ମଲ୍ଲିକ,ମାର୍ଶାଘାଇ ବ୍ଲକ ବିଜେଡି ସଭାପତି ସଞ୍ଜୟ ଲେଙ୍କା,ଜିଲ୍ଲା ପରିଷଦ ସଭ୍ୟା ଦୂର୍ଗବତୀ ପ୍ରଧାନ ପ୍ରମୁଖ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ କହିଥିଲେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଓଡ଼ିଶାର ବିକାଶ ପର୍ବ ଦୃତ ଗତିରେ ଆଗେଇ ଚାଲିଛି ।୧୦୦କୋଟି ଟଙ୍କାର ବ୍ୟୟ ବରାଦରେ ମାର୍ଶାଘାଇ ଜମ୍ବୁ ପର୍ଯ୍ୟନ୍ତ ଖୁବ୍ ଶୀଘ୍ର ୪ଲେନ୍ ରାସ୍ତା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ନେଇ ସ୍ପଷ୍ଟୀକରଣ ରଖିଥିଲେ ।ଏହି ସମ୍ମିଳନୀରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରୋଛାହନ ରାଶି ଚେକ୍ ପ୍ରଦାନ ଓ ବାର୍ଦ୍ଧକ୍ୟ ବିଧବା ଭତ୍ତା ବଣ୍ଟନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.