ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି ଆଜି ପଦ୍ମପୁର ଉପଖଣ୍ଡକୁ ଗସ୍ତକରି ବିଭିନ୍ନ ବିକାଶମୂଳକ କାର୍ଯ୍ଯର ସମୀକ୍ଷା କରିଛନ୍ତି । ପ୍ରଥମେ ଜିଲ୍ଲାପାଳ ପାଇକମାଲ ବ୍ଲକର ଛେତଗାଁ ଠାରେ ସଂକଳ୍ପ ସପ୍ତାହରେ ଯୋଗ ଦେଇଥିଲେ। ଏହାପରେ ସେ ମାଣ୍ଡୋସିଲ 5T କଲେଜକୁ ଗସ୍ତ କରି ତାର ବିକାଶ କାର୍ଯ୍ଯ ସମୀକ୍ଷା କରିଥିଲେ। ଦେବଦର୍ହାକୁ ପର୍ଯ୍ଯଟନସ୍ଥଳୀକୁ ଗସ୍ତକରି ସେଠାରେ ଚାଲିଥିବା କାର୍ଯ୍ଯକୁ ପରଖି ଦେଖିଥିଲେ । ପଦ୍ମପୁରର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ଜିଲ୍ଲାପାଳ ସେଠାରେ 5T ରୂପାନ୍ତରଣର କାର୍ଯ୍ଯ ସମୀକ୍ଷା କରିଥିଲେ । ସମସ୍ତ ସମୀକ୍ଷା ପରେ ସେ ରାଜବୋଡ଼ାସମ୍ବର ବିଡ଼ିଓ ବିଶ୍ବନାଥ ସାହୁ, ପାଇକମାଲ ବିଡିଓ ସୁରେନ୍ଦ୍ର ସାହୁ, ବିଭାଗୀୟ ଯନ୍ତ୍ରୀ ଅଂଶୁ କୁମାର ଆଦି ଙ୍କୁ ସମସ୍ତ କାର୍ଯ୍ଯ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.