ଜମନକିରା,୬/୧୦:ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ କୁଚିଣ୍ଡା ରେଞ୍ଜ ତଥା ଜମନକିରା ବ୍ଲକ ର ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଭାତପୁରା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ରତନ ଲାଲ ସିଂହ ଙ୍କ ସଭାପତିତ୍ବରେ ବିଶ୍ଵ ବନ୍ୟ ପ୍ରାଣୀ ଦିବସ ପାଳିତ ହୋଇ ଯାଇଛି । ଏଥିରେ ତିନି ଥର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଓ ନବ ମନୋନୀତ ବନ୍ୟ ପ୍ରାଣି ୱାର୍ଡେନ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମଣିଷ ସମାଜ ବନ୍ୟପ୍ରାଣୀ ଙ୍କୁ ଭଲ ପାଇବା ଏକ ଭଲ ଗୁଣ ବୋଲି ମତ ପ୍ରକାଶ କରିଥିଲେ ।ସେ ପୁରାଣ ବର୍ଣ୍ଣିତ ଦେବତା ମାନଙ୍କ ବାହନ ବିଭିନ୍ନ ପଶୁ ହୋଇଥିବାରୁ ସେମାନେ ମଧ୍ୟ ସମ୍ମାନ ପାଇବାର ପାତ୍ର ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କୁଚିଣ୍ଡା ଏସ ବି ଆଇ ଲାଇଫ ର ସହକାରୀ ମ୍ୟାନେଜର ଆଲ୍ଫା ନାୟକ ,ସହକାରୀ ଶିକ୍ଷକ ସୁବ୍ରତ କୁମାର ପଣ୍ଡା,ସୁମନ୍ତ ମହାକୁଳ ମଞ୍ଚାସିନ ଅତିଥି ଭାବରେ ସପ୍ତାହ ପାଳନର ଆବଶ୍ୟକତା ଉପରେ ମତ ରଖିଥିଲେ । ଛାତ୍ର,ଛାତ୍ରୀ ଙ୍କ ଭିତରେ ସୁଶ୍ରୀ ପୂଜା ସିଂହ, ପୁଷ୍ପା ସିଂହ ଓ ରଞ୍ଜନ ସୁରିନ ମଧ୍ୟ ଭାଷଣ ପ୍ରଦାନ କରିଥିଲେ ।ପ୍ରାରମ୍ଭରେ ପ୍ରଥମ ସବୁଜ ଆନ୍ଦୋଳନ ର ଆଦ୍ୟ ପ୍ରବର୍ତ୍ତକ ଡ଼ ଏମ ଏସ ସ୍ୱାମିନାଥନଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରି ସ୍ବର୍ଗତ ଆତ୍ମାର ସଡଗତି କାମନା କରାଯାଇଥିଲା ।ଶେଷରେ ଖେଳ ଶିକ୍ଷକ ପ୍ରଦୀପ୍ତ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।ସହକାରୀ ଶିକ୍ଷୟିତ୍ରୀ ମଧୁସ୍ମିତା ବହିଦାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.