ବାଣପୁର ୧୩ ନମ୍ବର ଜୋନ ରେ ବିଜେଡିର ବିଶାଳ ଜନସମ୍ପର୍କ ପଦ ଯାତ୍ରା l

0

ବାଣପୁର:(ସେକ୍ କୌସର):ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ, ୧୩ ନମ୍ବର ଜୋନ ତରଫରୁ ପୂର୍ବତନ କୁମାରଙ୍ଗ ସରପଞ୍ଚ ତଥା ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ପ୍ରଧାନ ଓ ଯଦୁ ପ୍ରଧାନଙ୍କ ନେତୃତ୍ୱ ରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏମ.ପି. ପ୍ରତିନିଧି ମାନସ ପ୍ରଧାନ, ତୁମ୍ବୁରାପୁଟ ସରପଞ୍ଚ ଅକ୍ଷୟ ସେଠି, ବାଣପୁର ଯୁବ ସଭାପତି କୈଳାଶ ମହାପାତ୍ର,ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିୟାରସିଂ ସମେତ ସଂଗଠକ ମୁଖିଆ ମାନେ ଯୋଗ ଦେଇଥବା ବେଳେ ୧୩ ନମ୍ବର ଜୋନରୁ ଶହଶହ ସଂଖ୍ୟାରେ ବିଜୁ ଜନତା ଦଳର ସଦସ୍ୟ ମାନେ ଯୋଗ ଦେଇଥିଲେ l ପ୍ରଥମେ କୁମାରଙ୍ଗ ଗ୍ରାମର ମନ୍ଦିର ପାର୍ଶ୍ଵରୁ ଆରମ୍ଭ କରି ବିଭିନ୍ନ ଗ୍ରାମ ବୁଲିବା ସହିତ ତୁମ୍ବୁରାପୁଟ ଓ ପ୍ରତାପ ଗ୍ରାମ ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଥିଲା l ଓଡିଶା ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ସାମିଲ ହୋଇଛି ଏଥିରୁ କେହିବି ବଞ୍ଚିତ ନହୁଅନ୍ତୁ ଏବଂ ସରକାର ଙ୍କ ହାତ ମୁଠି ଟାଣ କରିବା ସହିତ ଷଷ୍ଠ ଥର ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଜିତାଇ ବା ସ୍ବପ୍ନ କୁ ସାକାର କରିବା ନିମନ୍ତେ ସଂଗଠକ ମାନେ ଦିନ ରାତି ଏକ କରି ସଂଗଠନ ସୃଦୁଢ କରିବା କୁ ଆହ୍ୱାନ ଦେଇଥିଲେ l

Leave A Reply

Your email address will not be published.