ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ୬୯ ତମ ଜିଲ୍ଲା ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରମାକାନ୍ତ ପଣ୍ଡା, ୱାଇଲ୍ଡ ଲାଇଫ ବନଖଣ୍ଡ ଅଧିକାରୀ ଫାଲ୍ଗୁନି ସାରଥୀ ମଲ୍ଲିକ, ସିଡିଭିଓ, ଜିଲ୍ଲା କୃଷି ଅଧିକାରୀ, ଏସିଏଫ ଶ୍ଵେତଲିନା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ୱାଇଲ୍ଡ ଲାଇଫର ଏସିଏଫ ଶୁଭଦର୍ଶିନୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ । ଅକ୍ଟୋବର ୨ ରୁ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇ ଆସୁଛି । ଏହା ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ସାହୁ ବନ୍ୟ ଜନ୍ତୁର ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟ ରଖିଥିଲେ । ଜଙ୍ଗଲକୁ ସୁରକ୍ଷା ଦେଲେ ଜନ ବସତିକୁ ବନ୍ୟ ପ୍ରାଣୀ ମାନେ ଆସିବେ ନାହିଁ ବୋଲି ବକ୍ତବ୍ୟ ରଖବା ସହ ନୟାଗଡ଼ ଜିଲ୍ଲାର ୩୮ ଭାଗ ଜଙ୍ଗଲ ଅଞ୍ଚଳ ରହିଛି ବୋଲି ଜିଲ୍ଲାପାଳ ବକ୍ତବ୍ୟ ରଖିଥିଲେ । ଏବେବି ନୟାଗଡ଼ ଜିଲ୍ଲାର ୫୫ ଗୋଟି ହାତୀ ରହିଛନ୍ତି । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ବନ୍ୟଜନ୍ତୁ ଅପରାଧ ରୋକିବା ଉପରେ ଏସଟିଏଫର ସାରା ଭାରତ ବର୍ଷରେ ସୁନାମ ରହିଛି ବୋଲି ପ୍ରକାଶ କରିଥିଲେ।ଦିନକୁ ଦିନ ୱାଇଲ୍ଡ ଲାଇଫ ଅପରାଧ ବଢ଼ୁଥିଲେ ମଧ୍ୟ ସେଥି ସମସ୍ତ ବିଭାଗ ସଜାଗ ଅଛନ୍ତି ବୋଲି ଶ୍ରୀଜୈନ ପ୍ରକାଶ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବନ୍ୟ ଜନ୍ତୁ ସୁରକ୍ଷାରେ ସଫଳ ଭୂମିକା ଗ୍ରହଣ କରିଥିବା ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବନ୍ୟ ଜନ୍ତୁ ସୁରକ୍ଷା ନିମନ୍ତେ ଏକ ଶପଥ ପାଠ କରାଯାଇଥିଲା । ଉପସ୍ଥିତ ସମସ୍ତ ଅଧିକାରୀ ମାନେ ବନ୍ୟ ଜନ୍ତୁ ସୁରକ୍ଷା ନିମନ୍ତେ ଶପଥ ପାଠ କରିଥିଲେ ।
Sign in
Sign in
Recover your password.
A password will be e-mailed to you.