ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୪/୧୦/୨୩ (ଇମିସ) ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ର ଡାକରା କ୍ରମେ ଆଜି ଡାବୁଗାଁ ଉପ ଡାକଘର ଅଧିନରେ ଥିବା ଗ୍ରାମୀଣ ଡାକ ସେବକ (ଜି ଡି ଏସ) ମାନେ ତିନି ଦଫା ଦାବୀ ନେଇ ଦିନିକିଆ ଧର୍ମଘଟ କରିଛନ୍ତି। ଯୋ ଦ୍ଵାରା ଆଜି ଜିଡିଏସ ମାନେ ଡାକ ବ୍ୟାଗ ଓ ଚିଠି ନେବା ଆଣିବା ବନ୍ଦ କରି ଉପ ଡାକଘର ସମ୍ମୁଖରେ ଧର୍ମଘଟ ଓ ଧାରଣା ଦେଇ ବସିଥିବା ଦେଖା ଯାଇଛି। ୨୦୧୯ ରେ ଡାକ ସେବକ ମାନେ ୩ ଦଫା ଦାବି ପୂରଣ ନେଇ ବାରମ୍ବାର ସରକାରଙ୍କୁ ଗୁହାରୀ କରି ଆସୁଥିଲେ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ କରୁ ନ ଥିବାରୁ ଡାକ ସେବକ ମାନେ ପୁନର୍ବାର ଧର୍ମଘଟ ଆରମ୍ଭ କରିଛନ୍ତି। ଦାବୀ ପୁରଣ ନ ହେଲେ ଆଗାମୀ ନଭେମ୍ବର ୪ ତାରିଖରେ ଭୁବନେଶ୍ଵର ସି ପି ଏମ ଜି ଅଫିସ ଘେରାଉ କରାଯିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି।ଡାକ ସେବକ ଙ୍କ ତିନି ଦାବୀ ମଧ୍ୟରେ ୧. କମିଶନ ଦେଇ ଜିଡିଏସ ମାନଙ୍କ ଦ୍ଵାରା ଯେଉଁ କାର୍ଯ୍ୟ କରାଯାଉଛି ତାହା ବନ୍ଦ କରି ସେହି କାର୍ଯ୍ୟକୁ ୮ ଘଣ୍ଟା କରିବା । ବିଭାଗ ର ସମସ୍ତ ସୁବିଧା ପ୍ରଦାନ ସହ ପେନସନ ପ୍ରଦାନ। ୨. କମଲେଶ ଚନ୍ଦ୍ରା କମିଟି ସୁପାରିଶ କରିଥିବା ସମସ୍ତ ରିପୋର୍ଟ କୁ ଶୀଘ୍ର ଲାଗୁ କରାଯାଉ। ୧୨ ବର୍ଷରେ ୩ ଟି ଇଙ୍କରୀମେଣ୍ଟ ପ୍ରଦାନ,ଗ୍ରୁପ୍ ଇନ୍ସୁରାନ୍ସ ୫ ଲକ୍ଷ କୁ ବୃଦ୍ଧି, ଗ୍ରେଚୁଟି ମୂଲ୍ୟ ୫ ଲକ୍ଷ କୁ ବୃଦ୍ଧି, ଜିଡିଏସ ଓ ତାଙ୍କ ପରିବାରକୁ ମେଡିକାଲ ସୁବିଧା ପ୍ରଦାନ ଓ ୩. ଟାର୍ଗେଟ ନାମରେ ଜିଡିଏସ ମାନଙ୍କୁ ହାରାସ ମେଣ୍ଟ ଦେବା, ଧମକ ଦେବା ଓ ଦରମା ବନ୍ଦ ପାରି ଭୟଭୀତ ଦେଖାଇବା ବନ୍ଦ କରିବା ଆଦି ଦାବି ରହିଛି। ଡାକ ସେବକ ଙ୍କ ଏହି ଦିନିକିଆ ଧର୍ମଘଟ ରେ ଡାବୁଗାଁ ଉପ ଡାକଘର ଜିଡିଏସ ମଧ୍ୟରେ ରଜନୀକାନ୍ତ ପାଢ଼ୀ,ମହେନ୍ଦ୍ର କୁମାର ପଣ୍ଡା, ଜଳଧର ମାଝି, ହର୍ଷ ମଣି ନାୟକ, ବିଷ୍ଣୁ ପଦ ଦାସ, କୃଷ୍ଣ ଚାଲାଣ, ଦଳପତି ପ୍ରଧାନ, ଫାଲ ଗୁନି ତନ୍ତୀ, ପ୍ରଜ୍ଞା ପରମିତା ସାହୁ ଓ ତଦୁତ୍ୟ ଜାନି ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.