ଜମନକିରା /କୁଚିଣ୍ଡା – କୁଚିଣ୍ଡା ମହାବିଦ୍ୟାଳୟରେ ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ନମନ୍ତେ ‘ପ୍ରବେଶ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷା ସୁଚିତ୍ରା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯକ୍ରମରେ ବରିଷ୍ଠ ଅଧ୍ୟାପକ ତଥା ପ୍ରଶାସନିକ ଉପଦେଷ୍ଟା ଡଃ. ଅମିୟ କୁମାର ପାତ୍ର ପ୍ରବେଶ ଉତ୍ସବର ଉପାଦେୟତା ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହିତ ସଭାକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ସୁଭଦ୍ରା ଦାସ ଶୈକ୍ଷିକ ଉପଦେଷ୍ଟା , ଓଡ଼ିଆ ବିଭାଗ ମୁଖ୍ୟ ରଞ୍ଜନି ନାଏକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମହାବିଦ୍ୟାଳୟର ଯୁକ୍ତ ତିନି ପାଠ୍ୟକ୍ରମ ତଥା ସହ – ପାଠ୍ୟକ୍ରମ କାର୍ଯ୍ୟାବଳୀର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। କୁଚିଣ୍ଡା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ବିଭାଗ ତଥା ରାଜ୍ୟ ସ୍ତରରେ , ଜାତୀୟ ସ୍ତରରେ ସଫଳତାର କାହାଣୀ ତଥା ଶୃଙ୍ଖଳା ବିଷୟରେ ବର୍ଣ୍ଣନା କରିଥିଲେ। ଅଧାକ୍ଷା ସୁଶ୍ରୀ ସୁଚିତ୍ରା ମିଶ୍ର ଭଲ ପାଠ ପଢ଼ିବା ସହିତ ଜଣେ ଦାୟିତ୍ୱବାନ୍ ନାଗରିକ ହେବାର ପ୍ରସ୍ତୁତିରେ ଶିକ୍ଷାର ଭୂମିକା ବିଷୟରେ ଉଦବୋଧନ ଦେଇଥିଲେ। ନିଜର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ମହାବିଦ୍ୟାଳୟର ବିଭିନ୍ନ ବିଭାଗ ଯଥା ଅଧ୍ୟାପକ ପ୍ରମୋଦ କୁ. ସ୍ୱାଇଁ ସରକାରଙ୍କ ବିଭିନ୍ନ ଛାତ୍ରବୃତ୍ତି ଯୋଜନା ଓ ଖେଳର ଉପାଦେୟତା, ଏନ୍ଏସଏସ ପ୍ରୋଗ୍ରାମ ଅଫିସର ବେଲମତି କୁମୁରା ଜାତୀୟ ସେବା ଯୋଜନାର ମହତ୍ତ୍ଵ, ଏନ୍ ସି ସି ଅଫିସର ରୋଶନ୍ କୁଲ୍ଲୁ ଏନ୍ ସି ସିର ବୈଶିଷ୍ଟ୍ୟ, ରେଡକ୍ରସ ଅଫିସର ଭିକାରୀ ଓରାମ ବର୍ତ୍ତମାନ ଯୁଗରେ ରକ୍ତ ଦାନର ମହତ୍ଵ ତଥା ଏହି ସବୁ ଯୁବ ସଂସ୍ଥାରେ ଯୋଡ଼ିହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ। ଅଧ୍ୟାପିକା ମଞ୍ଜୁଶ୍ରୀ ଦାସ ମହାବିଦ୍ୟାଳୟର ହଷ୍ଟେଲ ଏବଂ ଅନ୍ତେବାସିମାନଙ୍କ ଶୃଙ୍ଖଳା ତଥା ସଫଳତାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଅଧ୍ୟାପକ ନିର୍ମଳ ଊର୍ମା ପଦାର୍ଥ ବିଜ୍ଞାନ ବିଭାଗ , ଅଭିନ୍ନ କିସାନ ଅର୍ଥନୀତି ବିଭାଗ, ଦିଲ୍ଲୀପ ନନ୍ଦ ବାଣିଜ୍ୟ ବିଭାଗ, କିରଣ ମହାପାତ୍ର ଗଣିତ ବିଭାଗ, ଅଧ୍ୟାପିକା ଗଜମତି କୁମୁରା ଓଡ଼ିଆ ବିଭାଗ, ସୁଷମା କର ପ୍ରାଣୀ ବିଜ୍ଞାନ ବିଭାଗ ଆଦି ବିଷୟର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସସ୍ମିତା ମିଞ୍ଜ, ରାଜେଶ୍ୱରି କରୁଆଁ, ହେମସିଲା ମାଝୀ, ରିତୁପ୍ରୀୟା ନାଏକ, ଜାଗୃତି ବାଗ, ସଞ୍ଜୁଶ୍ରୀ ସାହୁ, ଅଧ୍ୟାପକ ପରମଜିତ୍ ନାଏକ, ଟୀକେଶ୍ୱର୍ ଘୁଘର, ପିଇଟି ବିଜୟ କଉଡ଼ି ତଥା ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଓ ନବାଗତ ଛାତ୍ରଛାତ୍ରୀ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ସଭା ପ୍ରାରମ୍ଭରେ ଛାତ୍ରୀ ଶୁଭଶ୍ରୀ ଶତପଥୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଓ ଶେଷରେ ଅଧ୍ୟାପିକା ଗଜମତି କୁମୁରା ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post