ଜଷ୍ଟିସ ଡ଼ ଷଡ଼ଙ୍ଗୀଙ୍କ ଶ୍ରୀ ରଘୁନାଥ ଜିଉ ଦର୍ଶନ

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡିଶା ହାଇକୋର୍ଟର ଅନ୍ୟତମ ବରିଷ୍ଠତମ ବିଚାରପାଟି ତଥା ମୁଖ୍ୟବିଚାରପତି ଡେଜିଗନେଟ ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ସୋମବାର ସନ୍ଧ୍ୟାରେ ସପତ୍ନୀକ ଓଡ଼ଗାଁ ଗସ୍ତ କରି ପ୍ରଭୁ ଶ୍ରୀ ରଘୁନାଥଜୀଉଙ୍କ ଦର୍ଶନ କରିଛନ୍ତି। ସେ ଓଡ଼ଗାଁରେ ପହଞ୍ଚିବା ପରେ ପ୍ରଥମେ ଜାମୁପାଟଣା ଠାରେ ବିରାଜିତ ବାବା ଦୁତିକେଶ୍ୱର ମହାଦେବଙ୍କ ଦର୍ଶନ କରିଥିଲେ। ସେଠାରୁ ପୈତୃକ ଗାଁ ପନ୍ତିଖାରୀଶାସନରେ ଅବସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ଗ୍ରାମବାସୀଙ୍କ ସହ ଦେଖା ଚାହାଁ ହୋଇଥିଲେ । ଓଡ଼ଗାଁରେ ପହଁଞ୍ଚି ପ୍ରଭୁ ରଘୁନାଥଙ୍କୁ ଦର୍ଶନ କରିଥିଲେ। ରଘୁନାଥଜୀଉଙ୍କ ପୂଜକ ପରିଷଦର କର୍ମକର୍ତ୍ତାମାନେ ପ୍ରଭୁଙ୍କ ନିକଟରେ ତାଙ୍କର ମଙ୍ଗଳ ମନାସିବା ସହିତ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର ତାଙ୍କୁ ପଦଦର୍ଶନ କରାଇଥିଲେ।

ସେଠାରୁ ସେ ଶରଣକୁଳ ଯାଇ ବାବା ଲଡୁକେଶ୍ୱର ମହାଦେବଙ୍କ ଦର୍ଶନ କରି କଟକ ଫେରି ଯାଇଥିଲେ।ସୂଚନା ଥାଉ କି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ ଚଳିତ ମାସ ୪ ତାରିଖ ଶପଥ ଗ୍ରହଣ ଉତ୍ସବର ଅବ୍ୟବହିତ ପୂର୍ବରୁ ସେ ବିଭିନ୍ନ ମନ୍ଦିର ଗସ୍ତକରି ପ୍ରଭୁଙ୍କର ଆଶୀର୍ବାଦ ଭିକ୍ଷା କରିଥିବା ଜଣାପଡିଛି। ଓଡ଼ଗାଁରେ ସେ ପହଞ୍ଚୁଥିବା ଖବର ପାଇ ନୟାଗଡ଼ ଜିଲ୍ଲା ଜଜଙ୍କ ସହିତ ଅନ୍ୟାନ୍ୟ ପଦାଧିକାରୀ ଏବଂ ଓଡ଼ଗାଁ ସାମ୍ବାଦିକ ସଂଘର ସଦସ୍ୟମାନେ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ।

Leave A Reply

Your email address will not be published.