ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ୧୫୪ ତମ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଦାସରଥି ଗମାଙ୍ଗଙ୍କ ଉପସ୍ଥିତିରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଥିଲା ଏବଂ ମହାତ୍ମାଗାନ୍ଧୀଙ୍କ ନିତୀ ଆଦର୍ଶ ଉପରେ ଅନୁପ୍ରାଣିତ ଏହି କଂଗ୍ରେସ ଦଳର ଆଭିମୁଖ୍ୟକୁ ନେଇ କିଛି ମନ୍ତବ୍ୟ ଦେଇଥିଲେ ଶ୍ରୀ ଗମାଙ୍ଗ।
ଦେଶ ସ୍ବାଧୀନ ହେବା ଠାରୁ ଆଜି ପର୍ଯ୍ୟନ୍ତ ଏହି କଂଗ୍ରେସ ଦଳର ନେତା କର୍ମୀମାନେ ସଦାସର୍ବଦା ଗାନ୍ଧିଜୀ ନିତୀ ଆଦର୍ଶ ଆଧାରିତ କରି ଆଜି ମଧ୍ୟ ଦେଶରେ କଂଗ୍ରେସ ଦଳ ଆଗରେ ଅଛି। ଏହି କାର୍ଯ୍ୟକ୍ରମ ପରେ ସହରର ବହୁତ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ବସନ୍ତ ପଣ୍ଡା , ଅଭିମନ୍ୟୁ ପଣ୍ଡା , ସୂର୍ଯ୍ୟ ନାରାୟଣ ପାତ୍ର , ରାଜା ପାତ୍ର , କୁନା ମାଝୀ , ବାବୁଲି ସାହୁ , ନିରାକାର ପାଣିଗ୍ରାହୀ , ଆଜିମ ସାହିଦ ରାଫି ପ୍ରମୁଖ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ କରାଯାଇଛି।

Leave A Reply

Your email address will not be published.