ଗାନ୍ଧୀ ଜୟନ୍ତୀ ପାଳନ ସହ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ l

0

ପଦ୍ମପୁର :- ଜିଲ୍ଲା ଜଳ ଓ ପରିମଳ ମିଶନ ଜିଲ୍ଲା ପରିଷଦ ଆହ୍ବାନ କ୍ରମେ ସେପ୍ଟେମ୍ବର ମାସ ୧୫ ତାରିଖରୁ ରାଜବୋଡାସମ୍ବର୍ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁଙ୍କ ନେତୃତ୍ୱରେ ବ୍ଲକ୍ ର ସମସ୍ତ ଗ୍ରାମ ପଞ୍ଚାୟତରେ ଏକ ଦିନ ଏକ ଘଣ୍ଟା ସ୍ବଚ୍ଛତା ହିଁ ସେବା ଅକ୍ଟୋବର ୦୨ ଗାନ୍ଧୀଙ୍କ ଜନ୍ମ ତିଥି ପର୍ଯ୍ୟନ୍ତ ପାଳନ କରାଯାଇଥିଲା । ମନ୍ଦିର, ଗାଁ ଦଣ୍ଡ ପୋଖରୀ ଠାରୁ ଆରମ୍ଭ କରି ସ୍କୁଲ, କଲେଜ, ସରକାରୀ ପ୍ରତିଷ୍ଠାନ, ଅଂଗନୱାଡ଼ି କେନ୍ଦ୍ର, ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ, ସ୍ଵୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ,ଗାଁ ଗାଁ ବିଭିନ୍ନ ସମାଜ ସେବୀ ମାନେ ସ୍ୱଚ୍ଛ ଭାରତ ମିଶନ ଅଭିଯାନରେ ସାମିଲ ହୋଇଥିଲେ । ନୋଡାଲ ଅଫିସର୍ ମୁଞ୍ଚୁ ମୁଣ୍ଡା, ବ୍ଲକ୍ ସଂଯୋଜକ ବିଜୟ କୁମାର ମହଲା, ତାଲିମ୍ ଦାତା ସୁଶାନ୍ତ ମହାପାତ୍ର, ସୁବ୍ରତ ସାହୁ, ହରେ କୃଷ୍ଣ ଥପା, ସମସ୍ତ ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ଥିଲେ

Leave A Reply

Your email address will not be published.