ବରଗଡ ଜିଲ୍ଲା ବାଉଲସିଂହା ଠାରେ  ବିପିସିଏଲ ଟୁ ଜି  ଇଥାନଲ ଜୈବ ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପନ ସମ୍ପନ୍ନ

0

ବରଗଡରେ ହେବ ଦେଶର ପ୍ରଥମ ଇଥାନଲ ଜୈବ ବିଶୋଧନାଗାର 

ବରଗଡ଼/ଗୌରାଙ୍ଗ ଚରଣ ଦାଶ :   ବରଗଡ ଜିଲ୍ଲାର ଭଟଲି ବ୍ଲକ ଅନ୍ତର୍ଗତ ବଉଲସିଂହା ଗ୍ରାମରେ ହେବାକୁ ଯାଉଛି ଦେଶର ପ୍ରଥମ ଇଥେନଲ ଜୈବ ବିଶୋଧନାଗାର । ଆଜି ବରଗଡ ଜର୍ଜ ହାଇ ସ୍କୁଲ ପଡ଼ିଆରେ  ରାଜ୍ୟପାଳ ପ୍ରଫେସର ଗଣେସି ଲାଲ 1000 କୋଟି ଟଙ୍କା ବ୍ୟୟ ବରାଦରେ ଭାରତ ପେଟ୍ରୋଲିଅମ  କର୍ପୋରେସନ ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ବିଶୋଧନାଗାରଟିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବରରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,  ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡର  ସାଂସଦ ଶ୍ରୀ ପ୍ରଭାସ ସିଂ ରାଜ୍ୟ ସରକାରଙ୍କ  ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ,ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ,ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.