ରାଉରକେଲା, (ବସନ୍ତ କୁମାର ଜେନା): ଉତ୍କଳ ମେଲ ର ସମ୍ପାଦକ ତଥା ପ୍ରକାଶକ ଡ଼ ପୀତବାସ ମିଶ୍ର ଙ୍କ ଲିଖିତ “ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ୱ” ପୁସ୍ତକର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବସ୍ତିଆ ଭବନ ଠାରେ
ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଡାକ୍ତର ତଥା କବି ଡ଼ କୃପାସିନ୍ଧୁ ନାୟକ, ବରିଷ୍ଠ ବିଜେଡି ନେତା ଆନନ୍ଦ ଚନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ l ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ତଥା ନାଟ୍ୟକାର, ସାହିତ୍ୟିକ ଓ କବି ରାଜୀବ ପାଣି ପୁସ୍ତକ ଟିର ସମୀକ୍ଷା କରିଥିଲେ l କବି କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁସ୍ତକ ର ଲେଖକ ଡ଼ଃ ପୀତବାସ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ପୁସ୍ତକ ରଚନା ସମ୍ପର୍କ ରେ ଆଲୋକପାତ କରିଥିଲେ l ସମୀକ୍ଷକ ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ଆମର ବ୍ୟକ୍ତି ଜୀବନ ଯେତେବେଳେ ସାର୍ବଜନୀନ ହୋଇଯାଏ ସେତେବେଳେ ବ୍ୟକ୍ତି ସତ୍ତା ଧୀରେ ଧୀରେ ମିଳେଇଯାଇ ବ୍ୟକ୍ତିର ନୈସର୍ଗିକ ବ୍ୟକ୍ତିସତ୍ତା ପରିସ୍ଫୁଟିତ ହୋଇଥାଏ। ମାନଵିକ ଗୁଣ ଗୁଡିକ ମଳିନ ହୋଇ ଏକ ଆଧ୍ୟାତ୍ମିକ ଜୀବନ ସତ୍ତା ମଣିଷ ଭିତରେ ଫୁଟିଉଠେ। ଏହା ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରଯୁଜ୍ୟ।
ଏହି ଅବସରରେ ଡ଼ ମିଶ୍ର ଙ୍କ ସହଧର୍ମଣୀ ତଥା ଏନ.ଏଫ. ଟାଇମସ ର ସମ୍ପାଦିକା ରୀତା ମିଶ୍ର, ରାଉରକେଲା ଚ୍ୟମ୍ବର ଅଫ କମର୍ସ ର ସଭାପତି ସୁନୀଲ କାୟଲ, କୁମାର ବେହେରା, ଅଭୟ ଦାସ, ସୁଦାମ ଦାଶ, ଡ଼ଃ କିଶୋରୀ ଦାଶ, ରବି ଦାସ, ବୈଦ୍ୟନାଥ ମିଶ୍ର, ଡ଼ଃ ସୁମନ ଦତ୍ତ, ଅଙ୍ଗୁରୁଵାଳା ପରିଡା, ବିଜୟାଲଷ୍ମୀ ପଟ୍ଟନାୟକ, ସୁରମା ମିଶ୍ର, ଦେବୀ ପ୍ରସାଦ ମିଶ୍ର ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିବା ସହ ବକ୍ତବ୍ୟ ରଖିଥିଲେ l
ଉତ୍କଳ ମେଲ ର କାର୍ଯ୍ୟକାରୀ ସମ୍ପାଦକ ବିବେକାନନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l
ପ୍ରକାଶିତ ପୁସ୍ତକଟିରେ ୨୦ଟି ଅଧ୍ୟାୟ ସନ୍ନିବେଶିତ ହୋଇଛି l ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଯୁଗାନ୍ତକରି ପଦକ୍ଷେପ, ରାଜ୍ୟ ସରକାର ଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଏବଂ ନବୀନ ପଟ୍ଟନାୟକ ଙ୍କ ରାଜନୈତିକ, ସାମାଜିକ ବ୍ୟକ୍ତତ୍ୱ ସମ୍ପର୍କରେ ରହିଥିବା ଘଟଣାବଳି ମାନଙ୍କୁ ଡ଼ ମିଶ୍ର ବର୍ଣନା କରିଛନ୍ତି l ଏଥି ପୂର୍ବରୁ ଡ଼ ମିଶ୍ରଙ୍କ ର ୨ ଟି ପୁସ୍ତକ ‘ନାନା କଥା ନାନା ବ୍ୟଥା’ ର ୧ମ ଓ ୨ୟ ଭାଗ ପକାଶିତ ହୋଇ ସାରିଛି l
ଏଠାରେ ପ୍ରକାଶ ଯୋଗ୍ୟ ଯେ ପୂର୍ବରୁ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଏହି ପୁସ୍ତକଟିକୁ ଉନ୍ମୋଚନ କରିଥିଲେ l ‘
ପୁସ୍ତକ ଟି ଆଗାମୀ ଦିନ ରେ ପାଠକ ଙ୍କ ପାଇଁ ବଜାର ରେ ଉପଲବ୍ଧ ହେବ l କାର୍ଯ୍ୟକ୍ରମ ପରିଚାଳନା ରେ ଅକ୍ଷୟ ଧଳ, ରବି ମହାନ୍ତି, ମୀନ କେତନ ବିଶ୍ୱାଳ, ସସ୍ମିତା ପ୍ରଧାନ, ପ୍ରିୟଙ୍କା ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post