ରାଉରକେଲା, (ବସନ୍ତ କୁମାର ଜେନା): ପ୍ରଗତିଶୀଳ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ଵାଜିରାଉତ ଶିକ୍ଷା ନିକେତନ ର ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଶିକ୍ଷା ନିକେତନ ର ପ୍ରଧାନ ଶିକ୍ଷୟିତ୍ରୀ ସ୍ୟୈଦାମିନୀ ମୁଦାଲୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କଵି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି, ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କବିବର ଙ୍କ ଜୀବନୀ ଓ ତାଙ୍କର ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଉତ ନିଜ ବକ୍ତବ୍ୟରେ କହିଲେ ଯେ ଓଡ଼ିଆ ଆଧୁନିକ ସାହିତ୍ୟ ର ଯୁଗସ୍ରଷ୍ଟା କବିବର ରାଧାନାଥ ଙ୍କ ସୃଷ୍ଟି ଚିଲିକା,ନନ୍ଦିକେଶ୍ଵରୀ, ଚନ୍ଦ୍ରଭାଗା ଭଳି ସୃଜନ ସୃଜିରେ ଓଡ଼ିଆ ସାହିତ୍ୟ ରୁଦ୍ଧିମନ୍ତ। ଓଡ଼ିଆ ଭାଷା ସାହିତ୍ୟର ଗରିମା ବୃଦ୍ଧି ସହ ନିଜର ଅନନ୍ୟ ରଚନା ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ କବିବର ଙ୍କ ସୈ।ନ୍ଦର୍ଯ୍ୟପଣ,ହୃଦପ୍ରାଣ ଚିନ୍ତା ଓ ଚେତନା ଓଡ଼ିଆ କାବ୍ୟ ପରମ୍ପରାକୁ ନୂତନ ଦିଗଦର୍ଶନ ଦେଇଥିଲା। ନଅଙ୍କ ଦୁର୍ଭିକ୍ଷ ପରେ ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତି ସାହିତ୍ୟର ଅନୁପ୍ରେରଣାରେ ଯେଉଁ ନବଯୁଗର ଆବିର୍ଭାବ ଘଟିଥିଲା, ରାଧାନାଥ ଥିଲେ ସେହି ନବଯୁଗର ଆଦ୍ୟ ସ୍ରଷ୍ଟା। ଓଡ଼ିଆ କବିତାର ଭାବ ଓ ଗଢଣରେ ଅନେକ
ମୈ।ଳିକ ପରିବର୍ତ୍ତନ ଆଣିବାରେ ଶ୍ରେୟ କବିବର ଙ୍କୁ ଯାଇଥାଏ। ସଭାପତିତ୍ବ ଅଭିଭାଷଣରେ ସୁଶ୍ରୀ ମୁଦାଲୀ ରାଧାନାଥ ଙ୍କୁ ଆଧୁନିକ ଓଡ଼ିଆ କାବ୍ୟ ଧାରାର ଜନକ ଭାବେ ଅବହିତ କରି କହିଲେ ଯେ ଉଭୟ ପ୍ରେମ ଓ ପ୍ରକୃତି ଚିତ୍ରଣ ହେଉଛି ତାଙ୍କ କାବ୍ୟର ବିଶେଷତ୍ଵ। ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଛାତ୍ରୀ ସୁଶ୍ରୀ ଶିଖା ଭୁନିଆ, ସୁଶ୍ରୀ ରେଖା ରାଣୀ ଗିରି କବିବରଙ୍କ ଜୀବନୀ ସମ୍ପର୍କରେ ପ୍ରବନ୍ଧ ପାଠ କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସ୍ଵାଇଁ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.