ଜଗତସିଂହପୁର,ତା-୩୦.୦୯.୨୦୨୩/ସୁମନ୍ତ କୁମାର ଦାସ: ଆମେ ଜାଣିପାରୁଛୁ ଆପଣ ଏହି ଦୃଶ୍ୟ ଦେଖି କୌଣସି ଆଦିବାସୀ ଅଞ୍ଚଳ କଥା ଭାବୁଥିବେ l କିନ୍ତୁ ଏହା କେଉଁ ଆଦିବାସୀ ଅଞ୍ଚଳର ଦୃଶ୍ୟ ନୁହେଁ l ଏହା ହେଉଛି ଜଗତସିଂହପୁର ଜିଲ୍ଲା ପଲ୍ଲୀ ପଞ୍ଚାୟତ ସିଙ୍ଗିପୁର ଗ୍ରାମର ହରିଜନ ସାହିର ଦୃଶ୍ୟ l ଯାହା କି ଆଜି ବି ଯିବାକୁ ଗମନାଗମନର ସୁବିଧା ନାହିଁ, ଏହା କେବଳ ୧୨ ଟି ପରିବାରର କରୁଣ କାହାଣୀ ନୁହେଁ ଆଜ୍ଞା ଏଇଟା ହେଉଛି ସିଙ୍ଗିପୁର ଗ୍ରାମର ମଟାଳ ସାହିର ଦୃଶ୍ୟ l ସେଠାରୁ ଅଭିଯୋଗ କରିଥିବା ବ୍ୟକ୍ତି ସୁବଳ ଭୋଇ, ପିତା,-ସନେଇ ଭୋଇ ଏବଂ ୧୨ ଟି ପରିବାରଙ୍କ ଅନୁସାରେ,ସେମାନଙ୍କର ଯିବାକୁ ରାସ୍ତା ନାହଁ l ବିଲରେ ପଶି ଯିବାଆସିବା କରିବାକୁ ପଡୁଛି l ପିଲାମାନେ ମଧ୍ୟ ବିଲ ଭିତରେ ଆଣ୍ଠୁଏ ପାଣି ସହ କାଦୁଅରେ ପଶି ଯିବା ଆସିବା କରୁଛନ୍ତି l ସାପକୁ ଡର ଥିଲେ ମଧ୍ୟ ପାଠ ପଢି ଶିକ୍ଷିତ ହେବାରେ ମନ କାହିଁକିନା ସରକାରଙ୍କ ନିୟମ ଅନୁସାରେ “ସମସ୍ତେ ପଢନ୍ତୁ, ସମସ୍ତେ ବଢନ୍ତୁ”,କିନ୍ତୁ କଥାରୁ ଜଣାପଡିଛି ଯେ ଏଠାରେ ରାସ୍ତା ବନ୍ଦ କରୁଥିବା ଲୋକଟି ହେଉଛନ୍ତି ନିତ୍ୟାନନ୍ଦ ଭୋଇ, ପିତା ଧନେଶ୍ୱର ଭୋଇ l ଏଠାରେ ପ୍ରଶ୍ନ ଉଠୁଛି ଯେ ନିତ୍ୟାନନ୍ଦ କଣ ପାଇଁ ରାସ୍ତା ରୋକ ରଖିଛନ୍ତି, ତାଙ୍କୁ କଣ ସରକାରଙ୍କ ଠାରୁ ଅନୁମତି ମିଳିଛି ନା ଏହା ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି l ଏହାର କଣ ସମାଧାନ ନାହିଁ l ଆଜିକୁ ୫୦ ବର୍ଷ ଧରି ସେହି ବାଟରେ ଯିବାଆସିବା ରାସ୍ତା କଣ ସବୁଦିନ ପାଇଁ ବନ୍ଦ ରହିବ ? ଆମେ ଯାଇ ସ୍ଥାନୀୟ ସରପଞ୍ଚଙ୍କୁ ପ୍ରଶ୍ନ କରିଥିଲୁ ସରପଞ୍ଚ ମଧ୍ୟ ଏହାର ଉତ୍ତର ରଖିଥିଲେ ଯୋଉଟା କି ଆପଣମାନେ ଶୁଣିରଖନ୍ତୁ, “ଦେଖାଯାଉ ଏମାନେ ଯଦି ଜଣେ ଜଣେ ଭୋଟର ଭୋଟ ଦେବାର ଅଧିକାର ଅଛି ଏମାନଙ୍କର ମଧ୍ୟ ସବୁ ସୁବିଧା ପାଇବାର ଅଧିକାର ଅଛି ତାହେଲେ ଏମାନେ କାହିଁକି ରାସ୍ତାରୁ ବଞ୍ଚିତ ରହିବେ” l
Sign in
Sign in
Recover your password.
A password will be e-mailed to you.
Prev Post