ଭୁବନେଶ୍ୱର:ସୂଚନା ଓ ଲୋକସଂପର୍କ ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ମହାନ୍ତିଙ୍କୁ ଆଜି ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛିା ଲୋକସଂପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଶ୍ରୀ ମହାନ୍ତିଙ୍କୁ ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ସମୟାନୁବର୍ତ୍ତିତା ନିମନ୍ତେ ପ୍ରଶଂସା କରିବା ସହ ତାଙ୍କର ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲୋ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଜଣେ ସହକର୍ମୀ ଭାବେ ଶ୍ରୀ ମହାନ୍ତିଙ୍କ ସହ ତାଙ୍କର ଅନୁଭୂତି ବର୍ଣ୍ଣନା କରିବା ସହ ତାଙ୍କୁ ଜଣେ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଭାବେ ଅଭିହିତ କରିଥିଲୋ
ଉପନିର୍ଦ୍ଦେଶକ ଶ୍ରୀ ମହାନ୍ତି ତାଙ୍କର ଚାକିରି ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ଚାକିରି କାଳ ମଧ୍ୟରେ ପାଇଥିବା ବିଭିନ୍ନ ସାହାଯ୍ୟ ସହଯୋଗ ନିମନ୍ତେ ବିଭାଗର ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲୋ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍ବୀର୍ ସିଂ ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଶ୍ରୀ ମହାନ୍ତିଙ୍କ ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲୋ ଉପନିର୍ଦ୍ଦେଶକ ଡ. ଜ୍ୟୋତିର୍ମତୀ ସାମନ୍ତରାୟ ଓ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଶ୍ରୀ ସଚ୍ଚିଦାନନ୍ଦ ବେହେରା, ଶ୍ରୀ ହରପ୍ରସାଦ ମହାପାତ୍ର, ଶ୍ରୀ ଶକ୍ତିକାନ୍ତ ରାଉତଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ମହାନ୍ତିଙ୍କୁ ଅବସରକାଳୀନ ଜୀବନ ନିମନ୍ତେ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଅମାୟିକ ବ୍ୟବହାର, ସହଯୋଗୀ ମନୋଭାବ ଓ ବନ୍ଧୁତାପୂର୍ଣ୍ଣ ବ୍ୟବହାର ନିମନ୍ତେ ପ୍ରଶଂସା କରିଥିଲୋ
ଶେଷରେ ନିର୍ଦ୍ଦେଶକ ଶ୍ରୀ ସାମଲ ଉପ-ନିର୍ଦ୍ଦେଶକ ଶ୍ରୀ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନପୂର୍ବକ ଶୁଭକାମନା ଜ୍ଞାପନ କରିଥିଲୋ
Sign in
Sign in
Recover your password.
A password will be e-mailed to you.