ଭଞ୍ଜନଗର / ଉଦୟନାଥ ପଣ୍ଡା : ସାମ୍ବାଦିକ ମାନଙ୍କ ମଧ୍ୟରେ ଏକତା ଓ ସେମାନଙ୍କ ସୁରକ୍ଷା ତଥା ସମସ୍ୟା ଦୁର ପାଇଁ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ମଧ୍ୟରେ କବିସମ୍ରାଟ ମିଡିଆ କ୍ଲବ ଗଠିତ ହୋଇଛି । ସେଥି ସକାଶେ ଚଳିତ ସେପ୍ଟେମ୍ବର ୨୯ ତାରିଖ ଶୁକ୍ରବାର ସଂଧ୍ୟାରେ,ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ “କବିସାମ୍ରାଟ ମିଡିଆ କ୍ଲବ ଭଞ୍ଜନଗର” ତରଫରୁ ଆୟୋଜିତ ଏକ ସଭାରେ ଭଞ୍ଜନଗର ଓ ଏହାର ଆଖପାଖର ଅଞ୍ଚଳର ବହୁ ଯୁବ ସାମ୍ବାଦିକ ଯୋଗଦେଇଥଲେ। ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର, ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ ଗୌରବ କର ,ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଗୌରୀ ଶଙ୍କର ଶତପଥି ଏବଂ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ ରଞ୍ଜନ ରାୟ ଯୋଗ ଦେଇଥିଲେ। ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ ଙ୍କ ପୋୖରହିତ୍ୱରେ ଆୟୋଜିତ ସଭା ପ୍ରାରମ୍ଭରେ ଶିଶୁ କଣ୍ଠଶିଳ୍ପୀ ବୈଷ୍ଣବୀ ପ୍ରଧାନ ଙ୍କ ମଧୁର ସଂଗୀତ ମୂର୍ଚ୍ଚନାରେ ଝୁମି ଥିଲେ ଶ୍ରୋତା ମାନେ। ପୂଣ୍ୟ ଭାଗବତ ଜନ୍ମ ତିଥିରେ ଗଠିତ ହୋଇଥିବା ଏହି ସାମ୍ବାଦିକ ସଙ୍ଘ ସାମ୍ବାଦିକ ମାନଙ୍କର ବିକାଶ ରେ କାର୍ଯ୍ୟ କରିବ। ଅତିଥି ମାନେ ଭଞ୍ଜନଗର ସାମ୍ବାଦିକ ମାନଙ୍କ ସାହସ ,ଏକତା ଓ କାର୍ଯ୍ୟଦକ୍ଷତା କୁ ପ୍ରଶଂସା କରିଥିଲେ। ଭୀଷଣ ବର୍ଷା ସତ୍ତ୍ୱେ ଅତିଥିମାନେ ଓ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାଉନସିଲର ଯୋଗଦେବା ରୁ ସାମ୍ବାଦିକ ମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିଲା | ସାମ୍ବାଦିକ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଉପଢୋକନ ସହ ପ୍ରଶଂସା ପତ୍ର ରେ ସମ୍ମାନିତ କରାଯାଇଥିଲା। ସେହିପରି ସଂଘ ର ସମସ୍ତ ସଭ୍ୟ ମାନଙ୍କୁ ମାନପତ୍ର ଦେଇ ସମ୍ନାନିତ କରାଯାଇଥିଲା। ଆଗାମୀ ଦିନରେ ଏହି ମିଡିଆ କ୍ଲବ ସହିତ ଭଞ୍ଜନଗର ର ସମସ୍ତ ସାମ୍ବାଦିକ ମାନଙ୍କ ସହ ସୋରଡ଼ା, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ ସାମ୍ବାଦିକ ମାନଙ୍କୁ ସାମିଲ କରାଯିବ ।
Sign in
Sign in
Recover your password.
A password will be e-mailed to you.