ପଦ୍ମପୁର ଉପ-କାରାଗାର ରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ l

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ  :- ପଦ୍ମପୁର ଉପ କାରାଗାରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ୬୦ ଜଣ ଅନ୍ତେବାସୀଙ୍କ ଠାରୁ ହେପାଟାଇଟିସ୍, ଏଚ୍ ଆଇ ଭି, ଓ ଟିବି ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ କରି କରାଯାଇଛି l ରକ୍ତଭଣ୍ଡାର ଅଧିକାରୀ ଡଃ କୈଳାସ ଚନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଚ୍ ଆଇ ଭି, ହେପାଟାଇଟିସ୍ ବି, ଯକ୍ଷ୍ମା ରୋଗ ବିଷୟରେ ଆଲୋଚନା କରିବା ସହିତ ସଚେତନ କରିଥିଲେ lଏଚ.ଆଇ.ଭି କାଉନ୍ସିଲରବିବିଓ ଚନ୍ତାମଣି ପଣ୍ଡା, ରକ୍ତ ଭଣ୍ଡାର ଟେକନିସିଆନ ସୁମିତ୍ ସୁମନ ସିହ୍ନା, ସଞ୍ଜୟ ସାହୁ, ଟିବି ସୁପରଭାଇଜର ମୁନୁ ଗଡତିଆ, ଜେଲ ପିପିଓ ବିଷ୍ଣୁପ୍ରିୟା ସମସ୍ତ କାର୍ଯ୍ୟ ତୁଲାଇ ଥିବା ବେଳେ ଜେଲ ଫାର୍ମାସିଷ୍ଟ ପ୍ରକାଶ ଡାଲୁଆ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.