ପ୍ରେସ ୟୁନିୟନ ରାୟଗଡ ଫେରାଇଲା ସହାୟତା ରାଶି

0

ରାୟଗଡରୁ ସରୋଜ କୁମାର ସାହୁ:  ସ୍ବର୍ଗତ ସାମ୍ବାଦିକ ସୁବାଷ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଶାସନ ତରଫରୁ ରେଡକ୍ରସ ପାଣ୍ଠିରୁ ଦିଆଯାଇଥିବା ସହାୟତା ରାଶି ଏକ ବିବାଦିୟ ଘଟଣାକ୍ରମରେ ପ୍ରେସ ୟୁନିୟନ ରାୟଗଡ ତାହା ପ୍ରଶାସନ ନିକଟରେ ଫେରାଇ ଦେଇଥିବା ବେଳେ ବର୍ତ୍ତମାନ ସାମ୍ବାଦିକ ଓ ବୁଦ୍ଧିଜୀବି ମହଲରେ ଆଲୋଚନାର ବିଷୟ ପାଲଟିଛି।

  ମିଳିଥିବା ସୂଚନାରୁ ପ୍ରକାଶ ଯେ, ପ୍ରେସ ୟୁନିୟନ ରାୟଗଡର ସଭ୍ୟ ସୁଭାଷ ଚନ୍ଦ୍ର ପଣ୍ଡାଙ୍କର ଗତମାସ ୨୩ ତାରିଖ ଦିନ ପରଲୋକ ହୋଇଯାଇଥିଲା ତାହା ପୂର୍ବରୁ ସେ ଏମ୍ସ ମେଡ଼ିକାଲ ଭୁବନେଶ୍ୱରରୁ ଚିକିତ୍ସା ହୋଇ ଘରକୁ ଫେରିଥିଲେ। ସ୍ବର୍ଗତ ପଣ୍ଡାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରେସ ୟୁନିୟନ ରାୟଗଡର ସଭାପତି ରାୟଗଡ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ୨୫୦୦୦/- ଟଙ୍କା ( ପଚିଶ ହଜାର ଟଙ୍କା ) ଆର୍ଥିକ ସହାୟତା ଦେଇଥିଲେ କିନ୍ତୁ ଉକ୍ତ ସହାୟତା ରାଶି ସ୍ବର୍ଗତ ସୁବାଷ ଚନ୍ଦ୍ର ପଣ୍ଡା ଓ ତାଙ୍କ ସ୍ତ୍ରୀ ନେବାକୁ ଚାହୁଁ ନଥିଲେ। ଏହି ମଧ୍ୟରେ ବିଭିନ୍ନ ଦାବୀ ନେଇ ରାୟଗଡ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନେ ଅକ୍ଟୋବର ୨ ତାରିଖରୁ ପ୍ରଶାସନକୁ ଅସହଯୋଗ କରିବା ଆରମ୍ଭ କରିଥିଲେ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ। ଏହି ସାମ୍ବାଦିକ ମାନଙ୍କ ଅସହଯୋଗକୁ ଜିଲ୍ଲାପାଳ ନିଜର କ୍ଷୋଭକୁ ଚାପି ରଖି ପାରିନଥିଲା ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ ଯେ, ପ୍ରେସ ୟୁନିୟନ ଯେତେବେଳେ ଯାହା ମଗିଚି ତାକୁ ମୁଁ ପୂରଣ କରିଛି। ଏମିତିକି ସ୍ବର୍ଗତ ସୁବାଷ ଚନ୍ଦ୍ର ପଣ୍ଡାଙ୍କୁ ଦେଇଥିବା ସହାୟତାକୁ ମଧ୍ୟ ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ। ଏହା ପରେ ବି ମୋ ବିରୋଧରେ ସଂଘ କାହିଁକି ଆନ୍ଦୋଳନ କରୁଛି ବୋଲି ସେ ପ୍ରଶ୍ନ କରିଥିଲେ। ଜଣେ ସ୍ବର୍ଗତ ବରିଷ୍ଠ ସାମ୍ବାଦିକଙ୍କୁ ଏହି ଘଟଣାରେ ଯୋଡ଼ାଯିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ସାମ୍ବାଦିକ ଏହି ପୋଷ୍ଟକୁ ନାପସନ୍ଦ କରିଥିଲେ। ଏବଂ କହିଥିଲେ ଯେ ଜିଲ୍ଲାପାଳଙ୍କ ଏହିଭଳି ବୟାନ ଯାହା ଜଣେ ସ୍ବର୍ଗତ ବରିଷ୍ଠ ସାମ୍ବାଦିକଙ୍କୁ ସହାୟତା କରି ତାହା ସମସ୍ତଙ୍କ ଆଗରେ ମୁଁ ସହାୟତା କରିଛି ବୋଲି ପ୍ରକାଶ କରିବା କେତେଦୂର ଯୁକ୍ତିଯୁକ୍ତ ଏବଂ ଏହା ସମସ୍ତ ସାମ୍ବାଦିକଙ୍କୁ ବ୍ୟଥିତ କରିଛି। ଉକ୍ତ ଘଟଣାକ୍ରମରେ ପ୍ରେସ ୟୁନିୟନ ନିଷ୍ପତ୍ତି ନେଲେ ଉକ୍ତ ସହାୟତା ରାଶିକୁ ଜିଲ୍ଲା ପ୍ରଶାସନକୁ ଫେରାଇବା ନିମନ୍ତେ ଓ ୟୁନିୟନର ନିଷ୍ପତ୍ତି କ୍ରମେ ସଭାପତି ରାଶି ସହ ୫୦୦ ଟଙ୍କା ଯୋଡ଼ି ସମୁଦାୟ ୨୫୫୦୦/- ଟଙ୍କା ( ପଚିଶ ହଜାର ପାଞ୍ଚ ଶହ ଟଙ୍କା) ରେଡକ୍ରସ ପାଣ୍ଠିକୁ ( ଡି ଡି ) ମାଧ୍ୟମରେ ପ୍ରଦାନ କରିଛି। ଯାହାକୁ ନେଇ ବର୍ତ୍ତମାନ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଆଗକୁ କେଉଁ ରୂପ ନେଉଛି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.