“ଜିଇଁ ଜାଗିଥିଲେ ବର୍ଷେ…… ଆର୍ ଆଏବା ବଛର୍ ମାନ୍ମା ବଡ଼ା ହର୍ଷେ”

0

https://youtu.be/OXv2HUAWpdc

ବୋଡ଼ାସମ୍ବର ନୂଆଖାଇ ଭେଟଘାଟ ରୌପ୍ୟଜୟନ୍ତୀ ମହାଆଡମ୍ବରରେ ପାଳିତ l

ପଦ୍ମପୁର :-ପଶ୍ଚିମ ଓଡିଶାର କୃଷି ଭିତ୍ତିକ ପର୍ବ ନୂଆଁଖାଇ ଭାଦ୍ରବ ମାସ ପଞ୍ଚମୀ ତିଥିରେ ପାଳନ ଅବସରରେ ନୂଆଁଖାଇ ଭେଟଘାଟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇ ଥାଏ, ଠିକ୍ ସେହିପରି ପଦ୍ମପୁର ର ସ୍ଵେଚ୍ଛାସେବୀ ଏବିସିଡି ଅନୁଷ୍ଠାନ ଦ୍ଵାରା ଆୟୋଜନ ହେଉଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ତା. ୨୦.୦୯.୨୦୨୩ ବୁଧୁବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ ଆରବି ହାଇସ୍କୁଲ ପ୍ରାଙ୍ଗଣରେ ଥିବା ଗଙ୍ଗାଧର ମଣ୍ଡପ ଠାରେ ଅନୁଷ୍ଠାନ ପକ୍ଷରୁ ମହା ଆଡମ୍ବର ରେ ପାଳିତ ହୋଇଛି ବୋଡ଼ାସମ୍ବର ନୂଆଖାଇ ଭେଟଘାଟ ରୌପ୍ୟଜୟନ୍ତୀ l ପ୍ରଥମେ ପଦ୍ମପୁର ଝାଙ୍କର ସୁରେଶ ଡୁଡୁକା ସମଲେଇ ପୂଜା କରିଥିଲେ l ପ୍ରାରମ୍ଭିକ ସଂଗୀତ , ସମ୍ପାଦକ ରଘୁନାଥ ପୁରୀ ବିବରଣୀ ପାଠ କରିଥିଲେ l ବିଭିନ୍ନ ଅନୁଷ୍ଠାନ, ସମାଜ ତରଫରୁ ଜୁହାର୍ ଭେଟ ହୋଇଥିଲା l

ଭେଡେନ ର ସମ୍ବଲପୁରୀ,ଭୁବନେଶ୍ୱର ଓଡିଶୀ (ମମତା) ପ୍ରଜ୍ଞାପ୍ରାପ୍ତି ନାଥ ଙ୍କ ସମଲେଇ ଭଜନ,ବର୍ଷା ମେହେର ଓ ବର୍ଷା ମହିମାଙ୍କ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ lଏବିସିଡି ଉପଦେଷ୍ଠା ଶ୍ରୀଯୁକ୍ତ କେଶରଞ୍ଜନ ପଧାନ, ନାଟ୍ୟକାର ଶ୍ରୀଯୁକ୍ତ ଅଶୋକ ବହିଦାର,ଏଙ୍କର ଅଞ୍ଜନ୍ ପଧାନ,ମନିଶ ରଥ ମଞ୍ଚ ପରିଚାଳନା କରିଥିବା ବେଳେ ,ସମସ୍ତ କାର୍ଯ୍ୟକ୍ରମ କୁ ରମେଶ ଗୁର୍ଲା, ସୁରେନ୍ଦ୍ର ସାହୁ,ଟୁନା ବାରିକ,ରାଜେଶ ଗୁର୍ଲା ପରିଚାଳନା କରିଥିଲେ l ପଦ୍ମପୁର ପୋଲିସ ଦ୍ୱାରା ଦର୍ଶକଙ୍କୁ କ୍ଷୀରି ବଣ୍ଟନ କରଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଏବିସିଡି ର ସଦସ୍ୟ ଅନିଲ ବେହେରା,ସମ୍ପଦ ସାହୁ,ପ୍ରତାପ ନାଥ,ସୁରେଶ ମିଶ୍ର,ସରୋଜ ଯୋଶୀ,ସରୋଜ ଦାନୀ,ସୁଶାନ୍ତ ସରାଫ,ଅଂଶୁମାନ ମେହେର, ରବୀନ୍ଦ୍ର ଦାସ,ଅମୀୟ ପୁରୋହିତ,ଇନ୍ଦ୍ରମଣି ପୁରୋହିତ,ସହଦେବ ମେହେର,ସୁମନ୍ତ ସାହୁ ଦେବେନ୍ଦ୍ର ମେହେର ଓ ହରିହର ନାୟକ ସହଯୋଗ କରିଥିଲେ । ଆଜି ଦ୍ୱିତୀୟ ଦିବସ ରେ ଓଡିଶୀ,ପାଇକ ଆଖଡା ,ସମ୍ବଲପୁରୀ ନୃତ୍ୟ, ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

Leave A Reply

Your email address will not be published.