ବଡ଼ବିଲ (ଶାସକ ପ୍ରଶାସକ):କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ସେରେଣ୍ଡା ଗ୍ରାମ ପଂଚାୟତ ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏକ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି ଗ୍ରାହକ ସେବା କେନ୍ଦ୍ର ଦ୍ୱାରା ସେରେଣ୍ଡା ପଂଚାୟତ ବାସୀଙ୍କ ସହ ଆଖ ପାଖ ଅଂଚଳର ବହୁ ଲୋକ ବ୍ୟାଙ୍କ ସେବା ପାଇ ପାରିବେ ବୋଲି କେନ୍ଦ୍ର ପରିଚାଳିକା ଅନୁପମା ଦାସ ସୂଚନା ଦେଇଛନ୍ତି। ଏହି ପଂଚାୟତରେ ପୂର୍ବରୁ କୌଣସି ବ୍ୟାଙ୍କ ନ ଥିବା ବେଳେ ପଂଚାୟତକୁ ଲାଗି ଭଦ୍ରାସାହିଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଅଳ୍ପ କର୍ମଚାରୀରେ ବ୍ୟାଙ୍କ ସେବା ପାଇବାରେ ଅଂଚଳ ବାସିଙ୍କୁ ବହୁ ଅସୁବିଧା ହେଉଥିଲା। ତେବେ ଏହି ସେବା କେନ୍ଦ୍ର ରେ ଗ୍ରାହକ ମାନେ ନୂଆ ଖାତା ଖୋଲିବା , ନଗଦ ଜମା ,ଉଠାଣ,ବିଭିନ୍ନ ପ୍ରକାର ପେନସନ ଯୋଜନା,ଲୋନ ଭଳି ଅନେକ ପ୍ରକାର ସେବା ସୁବିଧା ରେ ବର୍ଷ ସାରା ବିନା ଛୁଟିରେ ପାଇପାରିବେ।
Sign in
Sign in
Recover your password.
A password will be e-mailed to you.