କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ଘୋଡା ଚଢ଼ା ଠାରୁ ସମ୍ପତି ନାହିଁ କିଛି ଘର ପୋଡା ଠାରୁ ବିପତି ନାହିଁ ।ଘରେ ସମସ୍ତେ ସୋଇଥିବା ବେଳେ ଅଚାନକ ଘରେ ଲାଗିଗଲା ନିଆଁ ।ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅଧୀନ ବାଘିଲୋ ପରବାରି ଗ୍ରାମର ।ସମସ୍ତେ ଘରେ ସୋଇଥିବା ବେଳେ ସଟସର୍କିଟ ରୁ ନିଆଁ ଲାଗି ସବୁକିଛି ପୋଡି ପାଉଁଶ ହୋଇ ଯାଇଛି ।ଆଜି ଭୋର ଚାରି ଘଣ୍ଟିକା ରୁ ପାଞ୍ଚ ଘଣ୍ଟିକା ସମୟରେ ନିଆଁ ଲାଗିଥିବା ଜଣାପଡ଼ିଛି ।ନିଆଁ ଲାଗି ଘର ପୋଡି ଯାଇଥିବା ବେଳେ ନିଆଁ ର ଉତ୍ତାପ ଏତେ ମାତ୍ରାରେ ଥିଲା ଯେ ପରିବାର ଙ୍କ ପକ୍ଷରୁ ପିନ୍ଧି ଥିବା ବସ୍ତ୍ର ଛଡା କିଛି ସାମଗ୍ରୀ ଘର ଭିତରୁ ବାହାର କରିବା ତାଙ୍କ ପକ୍ଷେ ସମ୍ଭବ ହୋଇ ପାରିନଥିଲା ।ଘର କୁ ଘର ଲାଗି ଥିବା ଚାରି ବଖରା ଚାଳ ଛପର ଘର ସମ୍ପୂର୍ଣ ନଷ୍ଟ ହୋଇଥିବା ବେଳେ ପାଖାପାଖି 15 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ଆସବାପତ୍ର ପୋଡି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଚି ।
Sign in
Sign in
Recover your password.
A password will be e-mailed to you.