କୋମଳମତି ଛାତ୍ରଛାତ୍ରୀଙ୍କୁ ଭଗବାନଙ୍କ ସ୍ୱରୂପ  

0

 

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ  ‘ମହକ’

ବାଲେଶ୍ୱର,: ଶିଶୁମାନଙ୍କୁ ସର୍ବଦା ଭଲ ପାଉଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁଙ୍କ ଜୟନ୍ତୀ ଅର୍ଥାଥ ଶିଶୁ ଦିବସ ଅବସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ସ୍ଥାନୀୟ ବାଳାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ପ୍ରମେୟ’ର ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ସତ୍ୟଶିବ ଦାସ ଏଥିରେ ସଭାପତିତ୍ୱ କରିଥିଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୋମଳମତି ଛାତ୍ରଛାତ୍ରୀଙ୍କୁ ଭଗବାନଙ୍କ ସ୍ୱରୂପ ବୋଲି କହିଥିଲେ । ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭା ବିକାଶରେ ‘ମହକ’ ଭଳି ଉତ୍ସବ   ବେଶ ସହାୟକ ହୋଇପାରିଛି ବୋଲି ଶ୍ରୀ ଜେନା ମତ ପ୍ରକାଶ କରିଥିଲେ । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ପୌରପାଳ ଆଲୋକ କୁମାର ସାହୁ, ପୂର୍ବତନ ବିଧାୟକ ଅରୁଣ ଦେ,  କବି ପ୍ରଶାନ୍ତ ଦାସ, ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସମାଜ’ର  ଉତ୍ତର ଓଡ଼ିଶା ସଂସ୍କରଣ ସମ୍ପାଦନା ମୁଖ୍ୟ ଶଶି ରଂଜନ ମଲ୍ଲିକ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉସôବରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଉସôାହିତ କରିଥିଲେ । ଶିଶୁ ଦିବସରେ ଏଭଳି କାର୍ଯ୍ୟକ୍ରମ ବେଶ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜୟନାରାୟଣ ମହାନ୍ତି, ସତ୍ୟନାରାୟଣ ମହାନ୍ତି, ବାଳାଶ୍ରମ ଅଧୀକ୍ଷକ ଗଣେଶ ଚନ୍ଦ୍ର ଦାସ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଉତ୍ସବ କମିଟି ସମ୍ପାଦକ ରାଜେଶ ଗିରି ଏଥିରେ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ମୁରଲୀ ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ବିକର୍ତ୍ତନ ନାୟକ, ଅଜୟ ନାୟକ, ଇତିକ୍ରିଷ୍ଣା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.