ମୁଖ୍ୟମନ୍ତ୍ରୀଙ୍କ ହୃଦୟ କଥାରେ ଭାବପ୍ରବଣ ଛାତ୍ରଛାତ୍ରୀ-ଅଭିଭାବକ Recent News By SPNEWS On Nov 15, 2017 0 Share ଶିଶୁ ଦିବସରେ ଉତ୍ସବ ମୁଖର ଗାଁ’ଠାରୁ ସହର ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନର ସିଧା ପ୍ରସାରଣକୁ ଆଜି ସମଗ୍ର ରାଜ୍ୟର ଛାତ୍ର-ଛାତ୍ରୀ ଓ ଅଭିଭାବକମାନେ ଉପଭୋଗ କରିଛନ୍ତି । ଏନେଇ ଜିଲ୍ଲାର ସଦର ମହକୁମାଠାରୁ ପଂଚାୟତ ପର୍ଯ୍ୟନ୍ତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହରର ହୋଟେଲ ହରିପ୍ଲାଜା ପରିସରରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଯୋଗ ଦେଇଥିବା ୪ହଜାର ଛାତ୍ର-ଛାତ୍ରୀ, ଅଭିବାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ୍ ଓ ମନକିବାତ୍ ଶୁଣିବା ଓ ଦେଖିବା ପାଇଁ ଏକାଧିକ ଏଲସିଡିର ବ୍ୟବସ୍ଥା ହୋଇଥିଲା । ଜିଲ୍ଲାର ୩୬୦ଟି ପଂଚାୟତ, ୧୨ଟି ବ୍ଲକ ଏବଂ ୪ଟି ସହରାଂଚଳରେ ଅନୁରୂପ ଭାବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଅଢେ଼ଇ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ର-ଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ଏଥିରେ ଯୋଗ ଦେଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ସୂଚନା ଦେଇଛନ୍ତି । ମାଆ ଓ ମାଟିର ଗୌରବ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବେଶ ଭାବବିହ୍ୱଳ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା । ଏଥି ସହିତ କୃତୀ ଛାତ୍ରଙ୍କ ସମେତ ଅଭିଭାବକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣାରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଥମ ଥର ଏଭଳି କାର୍ଯ୍ୟକ୍ରମ ସେମାନଙ୍କୁ ବେଶ୍ ଆନନ୍ଦ ଦେଇ ପାରିଛି ବୋଲି ଛାତ୍ରଛାତ୍ରୀମାନେ କହିଥିଲେ । ଶିକ୍ଷାପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧିରେ ଏହି କାର୍ଯ୍ୟକ୍ରମ ବେଶ ସହାୟକ ହେବ ବୋଲି ବହୁ ଅଭିଭାବକ ମତ ପ୍ରକାଶ କରିଛନ୍ତି । ଏହା ବେଶ ସ୍ୱାଗତ ଯୋଗ୍ୟ ପଦ କ୍ଷେପ ବୋଲି ସେମାନେ କହିଛନ୍ତି । ବାଲେଶ୍ୱରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ଅଶ୍ୱିନୀ ପାତ୍ର, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ପୌରପାଳ ଆଲୋକ କୁମାର ସାହୁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ପ୍ରଥମଥର ପାଇଁ ସମଗ୍ର ରାଜ୍ୟରେ ତଥା ଗାଁ’ରୁ ସହର ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ନୂଆ ସ୍ୱପ୍ନ ଓ ଆଶା ସୃଷ୍ଟି କରିବ ବୋଲି ଉପସ୍ଥିତ ଲୋକପ୍ରତିନଧିମାନେ ମତ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ତ୍ରିଲୋଚନ ପ୍ରଧାନ, ଅତିରିକ୍ତ ଏସ.ପି. ସନ୍ତୋଷ କୁମାର ନାୟକ, ନୀଳଗିରି ଆଇ.ଟି.ଡି.ଏ. ପ୍ରକଳ୍ପ ପ୍ରଶାସକ ମାନସ ରଂଜନ ପାଢୀ, ଜିଲ୍ଲା ଶିକ୍ଷାଧିକାରୀ ଡ. ହୃଷୀକେଶ କାଣ୍ଡି ପ୍ରମୁଖ ଉପସ୍ଥିତ ରହିି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । 0 Share FacebookTwitterGoogle+ReddItWhatsAppPinterestEmail