ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ଯ ବିଘ୍ନରାଜଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠାର ରେଡ଼ି ସାହି,ଗୋଲା ସାହି ବାଲିଡି ସାହି,ଗୋପୀନାଥ ସାହି,ଆଳିଆ ସାହି,ଶୁଣ୍ଢୀ ସାହି,ଖାଦାଳ ସାହି,କୁମୁଟି ପେଣ୍ଠ ଘରଛକ, ଟ୍ୟୁସନ,ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର,କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ,ଗାଙ୍ଗପୁର ବଡଦାଣ୍ଡ ସାହି, ଠାକୁରାଣୀ ମନ୍ଦିର ସାହି, ବାଲି ସାହି, ବନ୍ଧତଳ ସାହି ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏବଂ ଗୋବରା ଜୟ ଜଗନ୍ନାଥ କୋଚିଂ ସେଣ୍ଟର, ବଡଦାଣ୍ଡ, ନୂଆସାହି, କୁମ୍ଭାର ସାହି ଓ ଖଦାଳସାହି, ବାସୁଦେବପୁର ଗ୍ରାମରେ ଆର୍.କେ ଗୃପ୍ ତରଫରୁ ଶ୍ରୀ ବିନାୟକଙ୍କ ପୂଜା ଅନୁଷ୍ଠିତ ହୋଇ ଯାଇଛି Iଗଣେଶ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି I ସୁସଜ୍ଜିତ ମେଢ ସାଙ୍ଗକୁ ରଙ୍ଗୀନ୍ ଆଲୋକ ମାଳାରେ ପୂଜା ମଣ୍ଡପ ଗୁଡ଼ିକ ଶୋଭା ପାଉଛି I ବହୁ ପୂଜା ମଣ୍ଡପ ନିକଟରେ ପ୍ରହଲ୍ଲାଦ ନାଟକ, ଭାରତଲୀଳା,ଭଜନ ସମାରୋହ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସନ୍ଧ୍ୟାରେ ପୂଜା ମଣ୍ଡପ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି I
Sign in
Sign in
Recover your password.
A password will be e-mailed to you.