ଗାନ୍ଧୀଙ୍କ ଜୀବନୀ ଆଧାରିତ ଆର୍ନ୍ତଜାତିକ ଚଳଚିତ୍ର ସମାରୋହ ୨୦ ରେ

0 2

ରାଉରକେଲା, (ବସନ୍ତ କୁମାର ଜେନା): ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟଓ ସଂସ୍କୃତି ବିଭାଗ, ରାଉରକେଲା ଇସ୍ପାତ କାରଖାନା, ସୁନ୍ଦର ଗଡ ଜିଲ୍ଲାପ୍ରଶାସନ ଓ ଇଣ୍ଡିଆନ ଇନଫୋଟେଣ୍ଟମେଣ୍ଟ ମିଡିଆ କୋରପୋରେସନ ମୁମ୍ବାଇ ର ମିଳିତ ଆନୁକୁଲ୍ୟରେ ରେ ଆସନ୍ତା ୨୦ ସେପ୍ଟେମ୍ବର ସ୍ଥାନିୟ ସିଭିକ ସେଣ୍ଟର, ସେକ୍ଟର ୧୯ ଠାରେ ଆର୍ନ୍ତଜାତିକ ଚଳଚ୍ଚିତ୍ର ସମାରୋହ “ଗାନ୍ଧୀ ପାନୋରାମା” ଦିନ ୧୦ ଘଟିକାରୁ ଆୟୋଜନ କରାଯିବ। ଏହି ସମାରୋହ ରେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଆଦର୍ଶ ଉପରେ ଆଧାରିତ ୪୦ ଟି ଆର୍ନ୍ତଜାତିକ ଚଳଚ୍ଚିତ୍ର ର ଅଂଶ ପ୍ରଦର୍ଶନ କରାଯିବ। ଗାନ୍ଧୀ ଜୀଙ୍କ ଆଦର୍ଶକୁ ଆଗାମୀ ପିଢି କୁ ପହଞ୍ଚାଇବା ଉଦ୍ଦେଶ୍ଯ ରେ ଦେଶର ପ୍ରମୁଖ ସହର ମାନଙ୍କ ରେ ଏହାର ପ୍ରଦର୍ଶନ କରାଯାଉଛି। ଏହି କ୍ରମରେ ଓଡିଶାର ରାଉରକେଲା ଠାରେ ଏହାର ପ୍ରଥମ ଆୟୋଜନ କରା ଯାଉଛି। ରାଉରକେଲା ପରେ ସମ୍ବଲପୁର ରେ ୨୨ସେପ୍ଟେମ୍ୱର, ବହ୍ମପୁର ରେ ୨୫ ସେପ୍ଟେମ୍ୱର, ପୁରୀ ରେ ୨୭ସେପ୍ଟେମ୍ୱର , କଟକ ରେ ୩୦ ସେପ୍ଟେମ୍ବର ଏବଂ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ରେ ଭୁବନେଶ୍ୱର ରେ ଏହାର ପ୍ରଦର୍ଶନ କରାଯିବ। ରାଉରକେଲା ସିଭିକ ସେଣ୍ଟର ରେଦିନ ୧୦ ଘଟିକାରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ଯା ରେ ରାଉରକେଲା ବାସୀ ଯୋଗଦାନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।

Leave A Reply

Your email address will not be published.