ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

0 2

ଢ଼େଙ୍କାନାଳ / ରବିନ୍ ଦାସ ; କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ପରଜଙ୍ଗ ବ୍ଲକ ସମ୍ବାଦ ପ୍ରତିନଧି ଙ୍କୁ ବିପିସି ଙ୍କ ଦୁର୍ବ୍ୟବହାର ନେଇ ସୋମବାର ସଂଘ ପକ୍ଷରୁ ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପରଜଙ୍ଗ ସମ୍ବାଦ ପ୍ରତିନିଧି ସୁବଳ ରାଉତଙ୍କୁ ବ୍ଲକ ର ବ୍ଲକ କୋଅର୍ଡିନେଟର (ବିପିସି) ସଂଜୀବ ଜେନା ଅଶାଳୀନ ମନ୍ତବ୍ୟ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ପରଜଙ୍ଗ ଥାନାରେ ଏତେଲା ଦିଆଯାଇଥିଲା । ବିପିସି ଶ୍ରୀ ଜେନା ଦୀର୍ଘ ବର୍ଷ ଧରି ବ୍ଲକରେ ବିପିସି ଭାବେ ରହି ବିଭିର୍ନ୍ନ ଦୁର୍ନୀତିରେ ସଂପୃକ୍ତ ରହିଥିବାର ସାମ୍ବାଦିକ ସୁବଳ ରାଉତ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ଏହି ଖବର ପ୍ରକାଶକୁ ନେଇ ଏକ ଦୁର୍ନୀତି ସଂକ୍ରାନ୍ତରେ ସାମ୍ବାଦିକମାନେ ବିପିସି ଶ୍ରୀ ଜେନାଙ୍କୁ ପଚାରିବାରୁ ଶ୍ରୀ ଜେନା ସାମ୍ବାଦିକ ମାନଙ୍କୁ ଲାଞ୍ଚୁଆ କହିବା ସହିତ ସୁବଳ ରାଉତ ଙ୍କୁ ଅଶାଳୀନ ମନ୍ତବ୍ୟ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହି ଘଟଣାକୁ ନେଇ ସୋମବାର ଉପଖଣ୍ଡ ସାମ୍ବାଦିକ ସଂଘର ସଦସ୍ୟ ମାନେ ବିପିସି ଶ୍ରୀ ଜେନାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ସହିତ ସାମ୍ବାଦିକଙ୍କୁ ଉଚିତ ନ୍ୟାୟ ଦାବିରେ ଉପଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏଥିରେ ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ଶୁଭମୟ ନନ୍ଦ, ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର, ପରାମର୍ଶଦାତା ସୁଧୀର କୁମାର ପରିଡା, ସଦସ୍ୟ ରାକେଶ କୁମାର ଦେହୁରୀ, ସାମ୍ବାଦିକ ସଂଘ ସଂପାଦକ ସଦାଶିବ ସେଠି, ପ୍ରହ୍ଲାଦ ମୁଦୁଲି, ଦୈତାରୀ ବେହେରା, ସୋମ୍ୟରଞ୍ଜନ ନାୟକ, ସୁମନ୍ତ କୁମାର ଜେନା, ରିତେଶ ବ୍ରହ୍ମl, କୋଷାଧ୍ୟକ୍ଷ ସୁମିତ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.