ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ପ୍ରଶିକ୍ଷଣ ପରିଷଦ , ଭୁବନେଶ୍ୱର ଆନୁକୁଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୋନୋଜ ରଞ୍ଜନ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ.ରବି କୁମାର କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ।
ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ଜାଜପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଏହି ଆଲୋଚନା ଚକ୍ରର ମୁଖ୍ୟ ବିଷୟ ବସ୍ତୁ ”ମିଲେଟ୍ ଏକ ଉତ୍କୃଷ୍ଟ ପୌଷ୍ଟିକ ଖାଦ୍ୟ ” ଉପରେ ଆଲୋକପାତ କରିଥିଲେ। ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵଂୟ ଶାସିତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ପ୍ରଫେସର ଜିତେନ୍ଦ୍ର ନାଥ ପଟ୍ଟନାୟକ ଓ ରସାୟନ ବିଜ୍ଞାନ ଅଧ୍ୟାପିକା ରାଜଲକ୍ଷ୍ମୀ ବିଚାରକ ରୁପେଯୋଗୋଦେଇ କାଙ୍ଗୁ , ମାଣ୍ଡିଆ , ସୁଆ ଜଅ ଭଳି ସୁଲଭ ଓ ଶସ୍ତା ମିଲଟ ଖାଇବା ଦ୍ୱାରା ପୁଷ୍ଟିସାର , ଖଣିଜ ଲବଣ , ଶ୍ୱେତ ସାର , ଆଇରନ ଓ ଭିଟାମିନ ଭଳି ପୁଷ୍ଟିକର ଖାଦ୍ୟ ମିଳେ। ତେଣୁ ଆଜି ସର୍ବ ଭାରତୀୟ ସ୍ତରରେ ମିଲେଟ ଖାଦ୍ୟକୁ
ଗୁରୁତ୍ୱ ଦିଆଯାଇ ୨୦୨୩ ମସିହା କୁ ଅନ୍ତରଜାତୀୟ ମିଲେଟ ବର୍ଷ ରୂପେ ପାଳିତ ହେଉଛି ବୋଲି କହିଥିଲେ।ପ୍ରତି ବ୍ଲକରୁ ଚୟନ ହୋଇଥିବା ଛାତ୍ର/ଛାତ୍ରୀ ମାନେ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଏ.ଝାଶୀ , ବିଏମ୍ ଉଚ୍ଚ ବିଦ୍ୟାଳୟ ଖାରଡା ପ୍ରଥମ ସ୍ଥାନ ଅଧିକାର କରି ରେଜିଓନାଲ ସାଇନ୍ସ ସେଣ୍ଟର , ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅଂଶ ଗ୍ରହଣ କରିବା ପାଇଁ ବିବେଚିତ ହୋଇଛନ୍ତି। ଏନ୍ ଜଗଦୀଶ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.