ସେକ୍ଟର ୧୫ ରାଧାକୃଷ୍ଣ ମନ୍ଦିର ପରିସରରେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ଦ୍ବାରା ଅନ୍ନପୂର୍ଣ୍ଣା ଭବନ ଉଦ୍‌ଘାଟିତ

0

ରାଉରକେଲା (ବସନ୍ତ କୁମାର ଜେନା):- ଆଜି ସେକ୍ଟର ୧୫ ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ବିଧାୟକଙ୍କ ପାଣ୍ଠିରୁ ନିମିର୍ତ ସଭାଗୃହ ଅନ୍ନପୂର୍ଣ୍ଣା ଭବନକୁ ରଘୁନାଥପାଲ୍ଲୀ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ସୁବ୍ରତ ତରାଇ ଉଦ୍‌ଘାଟନ କରିଛନ୍ତି। ଏଥି ସହିତ ଏକ କମ୍ୟୁନିଟି ହଲ ପାଇଁ ମଧ୍ୟ ଶୁଭ ଦେଇଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ତରାଇ କହିଲେ ଯେ ସେ ଅନେକ ବର୍ଷ ହେଲା ବିଭିନ୍ନ ମନ୍ଦିର ଓ ଆଧ୍ୟାତ୍ମିକ କେନ୍ଦ୍ର ସହିତ ଜଡିତ ରହି ଓଡିଶାର କଳା, ସଂସ୍କୃତି ଓ ପରଂପରାକୁ ଉଜ୍ଜିବିତ କରିବା ପାଇଁ ଚେଷ୍ଟିତ। ସେଥି ମଧ୍ୟରୁ ସେକ୍ଟର–୧୫ ରାଧାକୃଷ୍ଣ ମନ୍ଦିର ଅନ୍ୟତମ। ମୁଁ ବିଗତ ୧୫ ବର୍ଷ ହେଲା ଜନସାଧାରଣଙ୍କ ସର୍ବଙ୍ଗୀନ ଉନ୍ନତି ପାଇଁ କାମ କରୁଛି। ଆଗାମି ଦିନରେ ସେକ୍ଟର ଅଂଚଳରେ ଅତି ଭାବବେଗରେ ଗଢି ଉଠିଥିବା ରାଧାକୃଷ୍ଣଙ୍କ ମନ୍ଦିର ପରିସର ଏବଂ ଲୋକ ମାନଙ୍କ ମାଙ୍ଗଳିକ କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ସୁବିଧା ପାଇଁ ମୋର ପୂର୍ଣ୍ଣ ସହଯୋଗ ରହିବ ବୋଲି କହିଥିଲେ। କମିଟିର ଲୋକସଂପର୍କ ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ହରିହର ରାଉତରାୟ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ସୁନ୍ଦର ରାୟ, ରଘୁନାଥପାଲ୍ଲୀ ବିଜେଡି ମହିଳା ସଭାନେତ୍ରୀ ଇନ୍ଦିରା ନାୟକ, ବିଧାୟକଙ୍କ ମିଡିଆ ସେଲ ସଂଯୋଜକ ସଂଜୀବ ନାୟକ, ମନ୍ଦିରର ପରିଚାଳନା କମିଟିର ଉପସଭାନେତ୍ରୀ ଜୟନ୍ତି ଦାସ, ଦିପା ଶର୍ମା, ପୁରୁଷୋତମ ବେହେରା, ବିଷ୍ଣୁ ଚରଣ ବିଶ୍ବାଳ, ପ୍ରଶାନ୍ତ କୁମାର ସାମଲ, ନାରାୟଣ ଚନ୍ଦ୍ର ମହନ୍ତ, ନାରାୟଣ ଚରଣ ସାମଲ, ଅକ୍ଷୟ କୁମାର ରାଉତ, ଗଙ୍ଗାଧର ନାୟକ, ପ୍ରଦିପ କୁମାର ନାୟକ, ଏବଂ ମନ୍ଦିରର ପୂଜକ ବିଜୟ ପାଣିଗ୍ରାହୀ, ଗୁରୁ ଚରଣ ନନ୍ଦ ଓ ବିଶ୍ବନାଥ ଦାଶ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ପୂର୍ଣ୍ଣ ସହଯୋଗ କରିଥିଲେ।

Leave A Reply

Your email address will not be published.