କୁଚିଣ୍ଡା : କୁଚିଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳ ପ୍ରାଥମିକ ସ୍କୁଲ ଫେଡେରେଶନ ର ତିନି ଦଫା ଦାବି ଆନ୍ଦୋଳନ କୁ କୁଚିଣ୍ଡା ବ୍ଲକ ଶାଖା ପକ୍ଷରୁ ହେଉଥିବା ରିଲେ ଗଣଧାରଣା ଆଜକୁ ପଞ୍ଚମ ଦିନରେ ପହଞ୍ଚିଛି l ଆଜି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଏହାର ସଭାପତି,ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ଓ ଉପ ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଧାରଣାରେ ସାମିଲ ହୋଇ ଦାବି ପ୍ରତି ଦୃଢ଼ ସମର୍ଥନ ଜ୍ଞାପନ କରିଥିଲେ । ଧାରଣା ସ୍ଥଳରେ ଫେଡରେଶନ ର କୁଚିଣ୍ଡା ବ୍ଲକ ସଭାପତି ତଥା ରାଜ୍ୟ କମିଟି ସଭ୍ୟ ପ୍ରଶାନ୍ତ କୁମାର୍ ଦାସ ଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଶିକ୍ଷାବିତ୍ ଶ୍ରୀ ନାୟକ ଭାଷଣ ଦେଇ ସମଗ୍ର ରାଜ୍ୟରେ ବର୍ତ୍ତମାନ ଦେଖାଯାଇଥିବା ଅଭୂତ ପୂର୍ବ ଶିକ୍ଷକ ଆନ୍ଦୋଳନ ପ୍ରତି ସରକାର କୋହଳ ମନୋଭାବ ପୋଷଣ କରି ଆଲୋଚନା ପାଇଁ ଡାକିବା ସହ ସମସ୍ତ ନ୍ୟାର୍ଯ୍ୟ ଦାବି ପୂରଣ କରନ୍ତୁ ,ନଚେତ୍ ନାଗରିକ ସମାଜ ଓ ଅଭିଭାବକ ଆନ୍ଦୋଳନ ସହ ସାମିଲ ହେବେ ବୋଲି ଚେତାବନୀ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂପାଦିକା କଲ୍ୟାଣୀ ପଟେଲ, ସଞ୍ଜୟ ନାଗ, ହରେଶ୍ ପଟେଲ, ନବୀନ ସାହୁ,ସତ୍ୟ ନାରାୟଣ ପଟେଲ,ପ୍ରକାଶ ପଟେଲ,ଅନିଲ ନାୟକ, ଯୋଗେନ୍ଦ୍ର ନାୟକ, କୋଶଳେଶ୍ୱର ଖର୍ସେଲ, ଶ୍ରୀକାନ୍ତ ନାୟକ,ବାନେଶ୍ୱର ପଧାନ ପ୍ରମୁଖ ଧାରଣା ର ନେତୃତ୍ୱ ନେଇଥିବା ବେଳେ ଗୀତି କବି ସଞ୍ଜୟ ନାଗ ଦାବି ସପକ୍ଷରେ ଧାରଣା ସ୍ଥଳରେ ସଚେତନତା ମୂଳକ ଗୀତ ଗାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଆଜି ବିଶ୍ୱ ଗଣତନ୍ତ୍ର ଦିବସ ହୋଇ ଥିବାରୁ ଲୋକ ପ୍ରତିନିଧି ଗଣ ରାଜ୍ୟ ଶାସନ କୁ ପ୍ରଶାସନ ହାତରେ ସଂପୂର୍ଣ୍ଣ ଛାଡ଼ି ନ ଦେଇ ଲୋକଙ୍କ ଅସଲ ସମସ୍ୟା ପ୍ରାଥମିକ ଶିକ୍ଷା କୁ ସୁଦୃଢ କରିବାକୁ ଠିକା ପ୍ରଥାର ଉଚ୍ଛେଦ ସମେତ ସମଗ୍ର ତିନୋଟି ଦାବି କୁ ପୁରଣ କରିବାପାଇଁ ପରିଷଦର ସଭାପତି ସୁବାସ ନାୟକ ଦାବି ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.