ଭାରତର ନବ ନିର୍ମାଣରେ ନେହେରୁଙ୍କ ଅବଦାନ ଅତୁଳନୀୟ On Nov 15, 2017 21 Share ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନେହେରୁ ଜୟନ୍ତୀ ବାଲେଶ୍ୱର: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁଙ୍କ ୧୨୮ତମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ ଭାରତୀୟ ସ୍ୱାଧୀନତା ଆନେ୍ଦାଳନଠାରୁ ଆରମ୍ଭ କରି ନବ ଭାରତ ନିର୍ମାଣରେ ପଣ୍ଡିତ ନେହେରୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସଭାପତି ସତ୍ୟନାରାୟଣ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଅକ୍ଷୟ ମଲ୍ଲିକ୍, ଯୁବନେତା ବିକ୍ରମ ପଣ୍ଡା, ନଗର କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କାଙ୍କ ସମେତ ସଂଜୀବ ଗିରି, ଉର୍ମିଳା ମାଝୀ, ଅପର୍ଣ୍ଣା କର, ପ୍ରଜ୍ଞାପାରମିତା ମହାନ୍ତି, ବିଧାନ ଜେନା, ଅଦେ୍ର୍ଧନ୍ଦୁ ଦାସ, ଦେବଦତ୍ତ ଦାସ, ଅଜିତ୍ ଦାସ, ଶ୍ରୀକାନ୍ତ ବେହେରା ପ୍ରମୁଖ ଯୋଗଦେଇ ଭୂତପୂର୍ବ ପ୍ରଧାନମନ୍ତ୍ରୀଙ୍କ ଜୀବନାଦର୍ଶ ଓ ଦେଶ ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । 21 Share FacebookTwitterGoogle+ReddItWhatsAppPinterestEmail