ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନ କ୍ରମେ ଶେରଗଡ଼ ପ୍ରାଥମିକ ଶିକ୍ଷକ ସଂଘ ର ବ୍ଲକ ଶିକ୍ଷା ଅଧିକାରୀଙ୍କ ସମ୍ମୁଖରେ ଧାରଣା
ଶେରଗଡ଼: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନ କ୍ରମେ ଶେରଗଡ଼ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ସେମାନଙ୍କ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଧାରଣ ଦେଇଛନ୍ତି। ଗତ ବର୍ଷ ନମ୍ଭେଭର ମାସରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଧାନସଭା ଆଗରେ ଆନ୍ଦୋଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାଙ୍କ ମୁଖ୍ୟ ଶାସନ ସଚିବ ଏଜ ଉଚ୍ଚ ସ୍ତରୀୟ କମିଟି ଗଠନ କରି ସମାଧାନ ପାଇ ପ୍ରତିଶ୍ରୁତି ଦେଇପରେ ଆନ୍ଦୋଳନ ସ୍ଥଗିତ ରଖିଥିଲେ। ଗତ ମାସ ବି ଦାବୀ ପାଇଁ ବାରମ୍ବାର ଦାବିପତ୍ର ଜଣାଇଥିଲେ ବି ଆଜି ପର୍ଯ୍ୟନ୍ତ ସଫଳ ହୋଇନାହିଁ। ଏଣୁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳପାଇଁ ଗଣଧାରଣା ଚାଲୁ ରହିବ ବୋଲି ସଂଘ ର ସଭାପତି ଇନ୍ଦ୍ରମଣି ସ୍ୱାଇଁ ସୂଚନା ଦେଇଛନ୍ତି। ଏହି ଧାରଣା ରେ ସମସ୍ତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦାନ କରିଥିଲେ।