ଅଶୋକ ସାହୁ/ ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସାମ୍ନା ରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଗ ର ଆନୁକୂଲ୍ୟରେ ବ୍ଳକ ର ୨୬ ଗୋଟି ପଞ୍ଚାୟତ ର ସବୁ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମିଳିତ ଭାବେ ତିନିଦଫା ଦାବୀ କୁ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆରମ୍ଭ କଲେ ଗଣ ଧାରଣା । ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ୩ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗଣ ଧାରଣା ଚାଲିବ ବୋଲି କହିଛନ୍ତି । ଆଜି ଶିକ୍ଷକ ମାନକ ଧାରଣା ସ୍ଥଳରେ ନବରଙ୍ଗପୁର ଜିଲ୍ଲା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲିପିକା ମାଝୀ ପହଞ୍ଚି ଶିକ୍ଷକ ଙ୍କ ଆନ୍ଦୋଳନ କୁ ପୂର୍ଣ୍ଣ ସମର୍ଥନ କରି ରାଜ୍ୟ ସରକାର ଯଥା ଶୀଘ୍ର ଶିକ୍ଷକ ମାନଙ୍କ ଦାବି ଗୁଡ଼ିକ ଉପରେ ବିଚାର କରି ଶୀଘ୍ର ପୂରଣ କରିବା ପାଇଁ ଦାବି କରିଥିଲେ । ଶିକ୍ଷକ ଙ୍କ ଦାବି ନେଇ ବିଜେପି ଦଳ ପକ୍ଷରୁ ପୂର୍ଣ୍ଣ ସମର୍ଥନ ରହିଥିବା ଶ୍ରୀ ମାଝୀ କହିଥିଲେ । ଗତ ଦୁଇ ଦିନ ହେଲା ଶିକ୍ଷକ ମାନେ ୩ ଦଫା ଦାବୀ କରି ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି ।
