ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେବଳ ଓଡ଼ିଶାବାସୀଙ୍କ ଖୁସିରେ ନୁହେଁ, ପ୍ରତ୍ୟେକ ଓଡ଼ିଆଙ୍କ ଦୁଃଖରେ ମଧ୍ୟ ଛିଡ଼ା ହେବାପାଇଁ ଗଢିଛନ୍ତି ଓଡ଼ିଶା-ମୋ ପରିବାର | ଏହା ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆଙ୍କ ଦୁଃଖ ଲାଘବ ହୋଇପାରୁଛି । ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଶୈଳଶ୍ରୀବିହାର ଅଞ୍ଚଳରେ ରହୁଥିବା ଜଣେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଦିନ ମଜୁରିଆଙ୍କ କ୍ଷେତ୍ରରେ ।
ସୂଚନାନୁସାରେ, ଭୁବନେଶ୍ୱରସ୍ଥିତ ଶୈଳଶ୍ରୀବିହାର ଅଞ୍ଚଳରେ ରହୁଥିବା ଲକ୍ଷ୍ମଣ ନାଏକ (୩୦ବର୍ଷ), ଦିନ ମଜୁରି କରି ପରିବାର ଚଳାଉଥିଲେ । ଘରେ ତାଙ୍କର ୩ ଭାଇଙ୍କ ସହିତ ପତ୍ନୀ ଏବଂ ଗୋଟେ କୁନି ଝିଅଟି ଅଛି । ଲକ୍ଷ୍ମଣ ଗତ ସେପ୍ଟେମ୍ବର ୧୨ତାରିଖରେ ସିଡ଼ିରେ ଚଢୁଥିବା ବେଳେ ହଠାତ୍ ଖସିପଡ଼ି ଆହତ ହୋଇଥିଲେ ଏବଂ ହସ୍ପିଟାଲ ପହଞ୍ଚିବା ବେଳକୁ ଶେଷ ନିଃଶ୍ଵାସ ତ୍ୟାଗ କରି ସାରିଥିଲେ । ପରିବାର ବର୍ଗ, ଲକ୍ଷ୍ମଣଙ୍କର ଏପରି ଅଚାନକ ମୃତ୍ୟୁରେ ହତବାକ୍ ହୋଇପଡ଼ିଥିଲେ ଏବଂ ତାଙ୍କୁ ଘରକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିବାକୁ ସକ୍ଷମ ନଥିଲେ । ଲକ୍ଷ୍ମଣଙ୍କ ସାନଭାଇ, ନିକଟସ୍ଥ ଚର୍ଚ୍ଚର ପାଷ୍ଟର ଏ.ଆନନ୍ଦ ପଲ୍ ଙ୍କର ସହାୟତା ଲୋଡ଼ିବା ପରେ ପାଷ୍ଟର ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଶ୍ରୀ ସାମନ୍ତରାୟ ତୁରନ୍ତ ପଦକ୍ଷେପ ନେଇ ଜୟ ଓଡ଼ିଶାର “ଶେଷସାଥି” ଯାନ ସହାୟତାରେ ତାଙ୍କ ମୃତ ଶରୀରକୁ କ୍ୟାପିଟାଲ ହସ୍ପିଟାଲରୁ ସତ୍ୟନଗର ଶ୍ମଶାନକୁ ସ୍ଥାନାନ୍ତର କରାଇଥିଲେ ଏବଂ ନିଜେ ଉପସ୍ଥିତ ରହି ଶ୍ମଶାନରେ ଖ୍ରୀଷ୍ଟିୟାନ ରୀତିନୀତିରେ ଲକ୍ଷ୍ମଣଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ । ଲକ୍ଷ୍ମଣ, ଜଣେ ମେଳାପୀ ସ୍ଵଭାବର ବ୍ୟକ୍ତି ଥିଲେ, ତାଙ୍କ ଚାଲିଯିବା ଦୁଃଖରେ ତାଙ୍କ ବନ୍ଧୁ, ପ୍ରିୟଜନ ଭାଙ୍ଗି ପଡ଼ିଛନ୍ତି ।
ଶେଷରେ, ପରିବାରବର୍ଗଙ୍କ ଉପସ୍ଥିତିରେ ଲକ୍ଷ୍ମଣଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଏବଂ ଏହି ସମୟରେ ଶ୍ରୀ ସାମନ୍ତରାୟଙ୍କ ସମେତ ଓଡ଼ିଶା-ମୋ ପରିବାରର ସ୍ଵେଚ୍ଛାସେବୀମାନେ ମଧ୍ୟ ଉପସ୍ଥିତ ଥିଲେ । ମୃତ ଲକ୍ଷ୍ମଣଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପାଷ୍ଟର ଯୀଶୁଙ୍କୁ ପ୍ରାର୍ଥନା କରିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଧନ୍ୟବାଦ ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.