ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ଅତିଥି

0

 https://youtu.be/1NDqvUyEyto

ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତ ମହାପ୍ରଭୁଙ୍କ ଅତିଥି । ପ୍ରଶାସନ ଅତିଥି ଦେବୋ ଭବଃ ନିତି ଆପଣାଇବା ଆବଶ୍ୟକ । ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ କରାନଯାଉ । ଭକ୍ତ ମାନଙ୍କ ପାଇଁ ୪ଦ୍ୱାର ଖୋଲା କରିବା ଆଦି ଅନେକ ଦାବି ନେଇ ଗର୍ଜିଛି ପୁରୀ ଜିଲ୍ଲା କଂଗ୍ରେସ ।

ମଙ୍ଗଳବାର କଂଗ୍ରେସ ନେତା ସୁଜିତ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ କର୍ମୀ ଓ ସ୍ଥାନୀୟ ବାସିନ୍ଦା ଶ୍ରୀମନ୍ଦିର ଦକ୍ଷୀଣ ଦ୍ୱାର ସମ୍ମୁଖରେ ବିକ୍ଷୋଭ ଓ ନାରାବାଜୀ କରିଥିବା ଦେଖାଯାଇଛି । ସ୍ଥାନୀୟ ବାସିନ୍ଦା ଓ ଦୂରଦୂରାନ୍ତରରୁ ଆସୁଥିବା ଭକ୍ତମାନଙ୍କ ମୌଳିକ ଅଧିକାରକୁ ନେଇ ରାସ୍ତାକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ । ସ୍ଥାନୀୟ ଲୋକେ ଅନେକ ସମୟରେ ପରିଚୟ ଦେଇ ମଧ୍ଯ ଦର୍ଶନ କରିବାରୁ ବଞ୍ଚିତ ରହୁଛନ୍ତି । ସେପଟେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ଆଳ ଦେଖାଇ ଚାରି ଦୁଆର ପ୍ରବେଶ ବନ୍ଦ ରହିଥିବା କହିଛନ୍ତି ଜିଲ୍ଲା ପ୍ରଶାସନ। ଯାହାକୁ ଜିଲ୍ଲା କଂଗ୍ରେସ ସମ୍ପୂର୍ଣ୍ଣ ବିରୋଧ କରିଛି । ଏଥିପାଇଁ ୫ଟି ସଚିବଙ୍କୁ ଏଥିପାଇଁ ସିଧାସଳଖ ଦାୟୀ କରିଛି କଂଗ୍ରେସ ।

ସୁଜିତଙ୍କ କହିବା ମୁତାବକ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ମହାପ୍ରଭୁଙ୍କ ଆଶିର୍ବାଦ ନେବା ପାଇଁ ଅସୁଛନ୍ତି । କେବଳ ସିଂହଦ୍ଵାରରେ ପ୍ରବେଶ ନୀତି ଯୋଗୁଁ ବଡ଼ଦାଣ୍ଡରେ ନାହିଁ ନଥିବା ଭଡ଼ ଦେଖିବାକୁ ମିଳୁଛି । ଯାହା ପ୍ରଶାସନ ଯୋଗୁଁ ହେଉଥିବା ସିଧାସଳଖ ଅଭିଯୋଗ କରିଛନ୍ତି ସୁଜିତ। କେବଳ ସିଂହଦ୍ଵାର ପ୍ରବେଶ ଯୋଗୁଁ ପୁରୀର ୮୦ ପ୍ରତିଶତ ବାସିନ୍ଦା ଏବେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ବାହାରୁ ଆସୁଥିବା ଭକ୍ତମାନେ ପୁରୀରୁ ତିକ୍ତ ଅନୁଭୂତି ନେଇ ଫେରୁଥିବା ମଧ୍ଯ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିରରେ ଠେଲା ପେଲା, ଦଳାଚକଟା ସବୁ ଦିନିଆ ଘଟଣାରେ ପରିଣତ ହେଲାଣି ।

ଶ୍ରୀମନ୍ଦିର ସୁରକ୍ଷା ଦାୟୀତ୍ବରେ ଥିବା ସୁରକ୍ଷା କର୍ମୀ ମାନେ ଭକ୍ତ ଓ ସ୍ଥାନୀୟ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ବିଶ୍ବନାଥ ଦାଶ । ତେଣୁ ସୁରକ୍ଷା କର୍ମୀଙ୍କୁ ଆଚରଣ ବିଧି ଶିକ୍ଷା ଦେବା ପାଇଁ ଦାବି କରାଯାଇଛି ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଅମରେନ୍ଦ୍ର ପାଇକରାୟ, ରଜତ କୁମାର ସାହୁ, ସ୍ବାଧୀନ କୁମାର ପଣ୍ଡା, ଉମାକାନ୍ତ ବେହେରା, ପୁରୀ ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଚେତନ ମିଶ୍ର, ପୁରୀ ସଦର ଯୁବ କଂଗ୍ରେସ ଉପସଭାପତି ମନୋଜ କୁମାର ବେହେରା, ଗୋପାଳକୃଷ୍ଣ ମହାପାତ୍ର, ସତ୍ୟବାଦୀ ଛାତ୍ର କଂଗ୍ରେସ ସଭାପତି ଆଦର୍ଶ ମିଶ୍ର, ପୁରୀ ସଦର ବିଧାନସଭା ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.