ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ପାଲଟିଛି ମରଣଯନ୍ତା

0

 ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ତ୍ତବ୍ୟ ରେ ଅବହେଳା ପାଇଁ ଘଟିପାରେ ଅଘଟଣ l 

 (ନିଶ୍ଚିନ୍ତକୋଇଲି – ଶାସକପ୍ରଶାସକ): କଟକ ଗ୍ରାମ୍ୟ ଉନ୍ନୟନ ବିଭାଜନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଅଧୀନସ୍ଥ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ଅଧିନରେ ରାଣୀପଡ଼ା ଛକ ଠାରୁ ତେନ୍ତଲପୁର କାଳିଆବୋଦା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ରହିଛି l ଏହି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମ ପଞ୍ଚାୟତ ଫତେପୁର ନିକଟରେ ଏକ ବିରାଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି l ଯେଉଁ ଗର୍ତ୍ତ ଦୀର୍ଘ ଦିନ ହେବ ସୃଷ୍ଟି ହେବା ଦ୍ୱାରା ବିଦ୍ୟାଳୟ ର ଛାତ୍ର, ଛାତ୍ରୀ , ଆମ୍ବୁଲାନ୍ସ , ବହୁ ଯାନବାହାନ ଅତ୍ୟନ୍ତ ଭୟଭିତ ଅବସ୍ଥାରେ ଯାଆସ କରୁଛନ୍ତି l ଏପରିକି ରାସ୍ତା ନିର୍ମାଣ ର ଶେଷଠାରୁ 5 ବର୍ଷ ପର୍ଯ୍ୟନ୍ତ ଅର୍ଥାତ 2025 ମସିହା ପର୍ଯ୍ୟନ୍ତ ରକ୍ଷାଣବେକ୍ଷଣ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଠିକାଦାର ଙ୍କ ଦାୟିତ୍ୱ ରହିଥିଲେ ମଧ୍ୟ ରାସ୍ତାର କୌଣସି ରକ୍ଷଣାବେକ୍ଷଣ କରାଯାଉନଥିବା ହେତୁ ରାସ୍ତାର ଅବସ୍ଥା ବେହାଲ ହୋଇପଡିଛି କୋଉଠି ବିରାଟ ବିରାଟ ଖାଲ ସୃଷ୍ଟି ହୋଇଛି ତ କେଉଁଠି ରାସ୍ତାର ବହୁ ସ୍ଥାନରେ ଗୋଡି ଉଠିଗଲାଣି ଏବଂ ରାସ୍ତା ପାର୍ଶ୍ଵ ସଫେଇ ନହେବା ଯୋଗୁଁ ରାସ୍ତାଟି ସମ୍ପୂର୍ଣ୍ଣ ସଂକୁଚିତ ହେବାକୁ ବସିଲାଣି l  ଏହି ରାସ୍ତାର ଫତେପୁର ନିକଟରେ ହୋଇଥିବା ବିରାଟ ବଡ଼ ଗର୍ତ୍ତ ସମ୍ପର୍କ ରେ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟରେ ଶିଥିଳତା ପାଇଁ ଭୟଭିତ ଅବସ୍ଥାରେ ବିଦ୍ୟାଳୟ ଛାତ୍ର, ଛାତ୍ରୀ ଏବଂ ଜନସାଧାରଣ ଗମନାଗମନ କରୁଛନ୍ତି l ତେବେ ଏହି ରାସ୍ତାରେ ସୃଷ୍ଟି ହୋଇଥିବା ବିରାଟ ଗର୍ତ୍ତ କୁ ଯଥାଶ୍ରିଘ୍ର ପୋତାଯିବା ସହ ରାସ୍ତାର ରକ୍ଷାଣାବେକ୍ଷଣ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି l ନଚେତ ଆଗାମୀ ଦିନରେ ଯାହାକିଛି ଅଘଟଣ ଘଟିବ ତାହାପାଇଁ କେବଳ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ମାନେ ଦାୟୀ ରହିବେ ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି l ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ରାସ୍ତା କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ l ତେବେ ଜନସାଧାରଣ ଙ୍କ ଗମନାଗମନ ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରଯାଉଛି ତାହାହିଁ ଦେଖିବାକୁ ବାକି ରହିଲା l ନଚେତ ବାଧ୍ୟ ହୋଇ ସ୍ଥାନୀୟ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅଵଲମ୍ବନ କରିବେ ବୋଲି ପ୍ରକାଶ କରିଛନ୍ତି l

Leave A Reply

Your email address will not be published.