ନିଶ୍ଚିନ୍ତକୋଇଲି ବ୍ଲକ ରେ ଜନ ଶୁଣାଣି ଶିବିର : 108 ଅଭିଯୋଗ ଶୁଣାଣି କଲେ ଅତିରିକ୍ତ ଜିଲ୍ଲାପାଳ l

0

 (ନିଶ୍ଚିନ୍ତକୋଇଲି -ଶାସକପ୍ରଶାସକ ): ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କକ୍ଷରେ କଟକ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଥିବାରୁ ସେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିପାରିନଥିଲେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଯୋଗଦାନ କରି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ l ଏହି ଶିବିରରେ ମୋଟ 108 ଟି ଅଭିଯୋଗ ର ଶୁଣାଣି କରାଯାଇଥିଲା l ମୁଖ୍ୟତଃ ଆବାସ ଯୋଜନା, ଭତ୍ତା, ରାସ୍ତା ଘାଟ, ଜମିବାଡ଼ି ସମସ୍ୟା, ନିଶ୍ଚିନ୍ତକୋଇଲି ବ୍ଲକ ସରପଞ୍ଚ ସଂଘ ପକ୍ଷରୁ 14 ଦଫା ଦାବି, ମୋ ଘର ଯୋଜନାରେ ବ୍ୟାଙ୍କ ର ଅସହଯୋଗ ଆଦି ବହୁ ସମସ୍ୟା ଉପରେ ଅଭିଯୋଗ ଆସିଥିଲା l ତେବେ କେତେକ ଅସୁବିଧାର ସମାଧାନ କରାଯାଇଥିଲା ବେଳେ ଆଉ ବହୁ ସମସ୍ୟାର ସମାଧାନ ହୋଇ ପାରିନଥିଲା l ଏହି କାର୍ଯ୍ୟକ୍ରମ ରେ କଟକ ଏଡିଏମ ଶିବ ଟପୋ,ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ସିଡ଼ିଏମଓ ମକରେନ୍ଦ ବେହୁରା, ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା, ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ତହସିଲଦାର ଦିଲ୍ଲୀପ କୁମାର ନାୟକ, ବ୍ଲକ ଅଧକ୍ଷା ରୋଜି ସେଠି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର ଙ୍କ ସମେତ ବିଭାଗୀୟ ଅଧିକାରୀ, ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ, ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟପୋ ମୋଟ 108 ଟି ଅଭିଯୋଗର ଶୁଣାଣି କରିଥିଲା ବେଳେ 3 ଜଣଙ୍କୁ ରେଡ଼କ୍ରସ ରୁ ସହଯୋଗ ଏବଂ 2 ଜଣଙ୍କୁ ସିଏମଆରଏଫ କୁ ଅନୁମୋଦନ କରିଥିଲେ l ତେବେ ଏ ସମ୍ପର୍କ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟପୋ ଙ୍କୁ ପଚାରିବାରୁ ଅଭିଯୋଗ ଗ୍ରହଣ କରିଛୁ ଏବଂ ଏକ ମାସ ମଧ୍ୟରେ ସମସ୍ତ ଅଭିଯୋଗର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ l

Leave A Reply

Your email address will not be published.