ବଲାଙ୍ଗିର, ( ସନ୍ତୋଷ କୁମାର ଠାକୁର ) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଆନୁକୂଲ୍ୟରେ ରାମଜୀ ଉଚ୍ଚ ବିଦ୍ୟାଳୟ, କୁରୁଲଠାରେ ଏକ ଆଇନ ସେଚତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ଏକ ଆଲୋଚନାଚକ୍ର କରାଯାଇଥିଲା । ଆଲୋଚନାଚକ୍ରଟି ହେଲା ଛାତ୍ରମାନଙ୍କ ପାଇଁ ‘ଶିକ୍ଷାର ଅଧିକାର’ । ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକଙ୍କ ସମେତ ରାମଜୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଦ୍ୱାରା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଓ ଛାତ୍ର ଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଶିବିରର କାର୍ଯ୍ୟକ୍ରମକୁ ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ମହାବିଦ୍ୟାଳୟର ସହକାରୀ ପ୍ରଫେସର ମନିନ୍ଦର ସିଂ ହଂସପାଲ ଶିକ୍ଷାର ଅଧିକାର ଏବଂ ଆଇନ ସଚେତନତା ଉପରେ ନିଜର ମତାମତ ଛାତ୍ରମାନଙ୍କୁ ଦେଇଥିଲେ । ଠିକ୍ ସେହିଭଳି ମହାବିଦ୍ୟାଳୟର ଛାତ୍ର ଅଶୋକ କୁମାର ବାଗ, ଦେବେନ୍ଦ୍ର କୁମାର ବେଦବାଗ, ସତ୍ୟନାରାୟଣ ପୁଟେଲ, ତନବୀ ଭାରତୀ ସାହୁ, ବିଶାଲ ପୋଢ, ସୁମନ୍ତ କୁମାର ଦୋରା, ଆକାଶ ନାଗ, ପୂର୍ଣ୍ଣଚନ୍ଦ୍ର ରଣା, ମନିଷା ଦୀପ, ସୌଦାମିନୀ ବଗର୍ତି, ରଘୁନାଥ ମିଶ୍ର ଏବଂ ଶିବାନୀ ସାହୁ ସମେତ ସମସ୍ତ ଛାତ୍ର ଶିକ୍ଷା ଅଧିକାର ଉପରେ ନିଜର ମତ ପ୍ରଦାନ କରିଥିଲେ । ଶେଷରେ ଆକାଶ ନାଗ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମହାବିଦ୍ୟାଳୟର କିରାଣୀ ସୁବ୍ରତ ପଟ୍ଟନାୟକ ଏବଂ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସମେତ କର୍ମଚାରୀଗଣ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.