ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଶୋକ ସଭା ଅନୁଷ୍ଠିତ l

0

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି | ସଭାରେ ସ୍ବର୍ଗତ ମହେନ୍ଦ୍ର ବଢ଼େଇ ଙ୍କ ଫୋଟୋ ଚିତ୍ରରେ ବିଧାୟିକା ବର୍ଷା ସିଂ ବରିହା ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ପରେ ସଭାରେ ଉପସ୍ଥିତ ବିଜେଡି କର୍ମକର୍ତା ପୁଷ୍ପ ପ୍ରଦାନ କରି, ଦିବଂଗତ ମହେନ୍ଦ୍ର ବଢ଼େଇ ଙ୍କ ଅମର ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ସଭାରେ ରାଜ୍ୟ ସମ୍ପାଦକ ରାଜୁ ଘିଭେଲା, ପ୍ରଶାନ୍ତ ମହାନ୍ତି, ଟାଉନ୍ ସଭାପତି ନବ କିଶୋର ସାହୁ, ସଭାନେତ୍ରୀ ମନୋରମା ମହାପାତ୍ର, ପର୍ଯ୍ୟବେକ୍ଷକ ସୂର୍ଯ୍ୟ ପ୍ରସାଦ ହୋତା, ବାବୁଲୁ ଖାନ, କିଶୋର ମେହେର, ଜୟରାମ ମହାପାତ୍ର ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.