ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: “ଘୁମୁସର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତଲୀଳା” ସଂଘ ର ପ୍ରଥମ ବାର୍ଷିକ ଉତ୍ସବ ଆଜି, ୧୦/୦୯/୨୦୨୩ ରିଖ ରବିବାର ଦିନ ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ର ଅଗଝୋଳ ଗ୍ରାମରେ ସଂଖ୍ୟା ଧିକ କଳାକାର ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଅଛି।
ଆଜିର ଏହି ବିଶେଷ ମୂହୂର୍ତରେ ପୂର୍ବତନ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଭୁବନେଶ୍ୱର ର ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନିଶାଙ୍କ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଛତ୍ରପୁର ଶ୍ରୀଯୁକ୍ତ ରବିନାରାୟଣ ବେହେରା, ବରିଷ୍ଠ ଗୁରୁ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ଶ୍ରୀଯୁକ୍ତ ନବଘନ ପରିଡା, ଶ୍ରୀ ସନ୍ତୋଷ କୁମାର ପାଢୀ, ଶ୍ରୀ ନାରାୟଣ ମହାରଣା, ଶ୍ରୀ ରଙ୍କନିଧି ବେହେରା, ଶ୍ରୀ ଜଗଦିଶ ପାଣିଗ୍ରାହୀ, ଶ୍ରୀ ଶିବରାମ ପାତ୍ର, ଶ୍ରୀ ଗୁରୁ ଚରଣ ପ୍ରଧାନ, ଶ୍ରୀ ବାଲ୍ମୀକି ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ। ଗଂଜାମ ଜିଲ୍ଲାର ଲୋକ କଲା ର ବିକାଶ ଓ କଳାକାର ମାନଙ୍କ ଥଇଥାନ ସମ୍ପର୍କରେ ରେ ଅତିଥିମାନେ ନିଜ ନିଜର ସାକ୍ଷାତ କାରରେ କହିଥିଲେ। ଏହି ବି ପ୍ରକାଶ କରିଛନ୍ତି ଯେ, ଆଗକୁ ବିଭିନ୍ନ ଲୋକକଳା ଓ ଲୋକନୃତ୍ୟ ମାଧ୍ୟମରେ ସରକାର ଙ୍କ ବିଭିନ୍ନ ସରକାରୀ ଯୋଜନା ର ପ୍ରଚାର ଓ ପ୍ରସାର କରାଯିବ। ବିଲୁପ୍ତ ପ୍ରାୟ ଭାରତ ଲୀଳା, ଲୋକ ନୃତ୍ୟ ର ବିକାଶ ପାଇଁ , ଅନୁଷ୍ଠିତ ଏହି ଉତ୍ସବ ରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୪ ଶହ ରୁ ଉର୍ଦ୍ଧ କଳାକାର ଯୋଗଦେଇଥିଲେ ଓ ସେମାନଙ୍କ ସମସ୍ୟା ଉପସ୍ଥାପନ କରିଥିଲେ ।ସରକାର କଳାର ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି କିନ୍ତୁ ପ୍ରକୃତ କଳାକାର ପାଖକୁ ଯୋଜନା ପହଁଚି ପାରୁନି। ସରକାର ଦେଉଥିବା ପ୍ରୋତ୍ସାହନ ରାଶି ସମୁଦ୍ରକୁ ଶଙ୍ଖେ। ଗଞ୍ଜାମ ଜିଲ୍ଲା ର ଭାରତ ଲୀଳା ଲୋକ ନୃତ୍ୟ ଉତ୍କଳିୟ ସଂସ୍କୃତି କୁ ବହନ କରି ଲୋକ ନୃତ୍ୟ ପରିବେଷଣ କରିଥାଏ । ସେଥିରେ ଭଞ୍ଜ ସଙ୍ଗୀତ ସହ ଓଡିଶୀ ସଙ୍ଗୀତର ଝଲକ ଦେଖିବାକୁ ମିଳେ। କିନ୍ତୁ ଦିନକୁ ଦିନ ଏହି ନୃତ୍ୟରେ କିଛି ଚରିତ୍ର କୁ କଦାର୍ଥ କରି ତଥା ଅଶ୍ଳୀଳ ଭାଷା ବ୍ୟବହାର କରିବା ଫଳରେ , ଏଥିରୁ ଲୋକଙ୍କ ସଂସ୍କୃତି ପ୍ରତି ଆଗ୍ରହ କମିବାରେ ଲାଗିଛି। ତେଣୁ ଆଗକୁ ଏହାକୁ ରୋକିବା ପାଇଁ କିପରି ପଦକ୍ଷେପ ନିଆଯିବ ସେଇ ମତ ଏଠାରେ ପ୍ରକାଶନ ହୋଇଥିଲା।
ସଭା ଶେଷରେ ଅନବିଦ୍ୟ କୃତି ପାଇଁ ଶ୍ରୀ ତ୍ରିନାଥ ସ୍ୱାଇଁ, ଶ୍ରୀ ଅଭିମନ୍ୟୁ ବେହେରା, ଶ୍ରୀ କୀର୍ତ୍ତନ ଖଟେଇ ଙ୍କୁ ସମ୍ମାନିତ କରାଯାଇଥିଲା।