ବିଷାକ୍ତ ସାପକାମୁଡ଼ାରେ କଲେଜ ଛାତ୍ର ମୃତ

0

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନା ପଥରାପୋଲି ଗ୍ରାମର ଲେଟ ପ୍ରମୋଦ ନାୟକଙ୍କ ପୁଅ ରୁଦ୍ର ପ୍ରସାଦ ଓରଫ ଦୀପକ ନାୟକ 16 ,ଗତକାଲି ଶନିବାର ରାତ୍ର 10,30 ରେ ପରିବାରର ସମସ୍ତଙ୍କ ସହ ଦୀପକ ଖାଇସାଇ ଶୋଇ ପଡ଼ିଥିଲେ । ରାତ୍ର 3 ଟାରେ ରୁଦ୍ରର ମା ଓ ଭଉଣୀ ଟଇଲେଟ ଯିବାପାଇଁ ଉଠିବାରୁ ଦୀପକର ମୁଣ୍ଡପାଖରେ ଏକ ଚିତିସାପ ମଳା ବାନ୍ଧି ଶୋଇଥିବାର ଦେଖି ରୁଦ୍ରକୁ ନିଦରୁ ଉଠାଇ ସାପଟିକୁ ଘଉଡାଇବାକୁ ଚେଷ୍ଟା କଲାବେଳେ ସାପଟି ମାଟି ଘରର ଏକ ଗାତରେ ପଶିଯାଇଥିଲା । ପରିବାର ଲୋକେ ଗାତରେ ମାଟି ଭର୍ତିକରି ଶୋଇପଡିଥିଲେ1 । କିଛି ସମୟ ପରେ ଦୀପକ ନିଦରୁ ଉଠି କିଛି ଗୋଟେ କାମୁଡି ଦେଇଥିବା କହିବା ସହ ବାନ୍ତି କରିଥିଲେ । ଦୀପକକୁ ପ୍ରଥମେ ଗ୍ରାମର ଏକ କ୍ବାକ୍ ଡାକ୍ତରଙ୍କୁ ଦେଖାଇବା ପରେ ସକାଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସକାଳ 9,30 ରେ ଡାକ୍ତର ଦୀପକକୁ ମୃତ ଘୋଷଣା କଲେ । ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରି ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ଅଭୟ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ 18 /23 ,ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ ପରେ ତାର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିଲେ । ପ୍ରକାଶ ଥାଉକି ଦୀପକ ବେଲଗୁଣ୍ଠା କଲେଜରେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ । ଦୀପକଙ୍କ ବାପା କୋଭିଡ଼ିରେ ଦୁଇବର୍ଷ ତଳେ ପ୍ରାଣ ହରାଇଥିଲେ । ଦୀପକଙ୍କ ପରିବାର ଗରିବ ଶ୍ରମିକ ଶ୍ରେଣୀର ହୋଇଥିବାରୁ ତା ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Leave A Reply

Your email address will not be published.