ଏ.ବି.ସି.ଡି. ନୁଆଁଖାଇ ଭେଟଘାଟ ରୌପ୍ୟଜୟନ୍ତୀ ପାଳନ ଅବସରରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ l

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:  ଏ.ବି.ସି.ଡି. ନୁଆଁଖାଇ ଭେଟଘାଟ ରୌପ୍ୟଜୟନ୍ତୀ ପାଳନ ଅବସରରେ ରଙ୍ଗୋଲି ପ୍ରତିଯୋଗିତା ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରଙ୍ଗୋଲି ,ଝୋଟି ଓ ସଂଗୀତ ପ୍ରତିଯୋଗିତା ଆୟୋଜନ ହୋଇଥିଲା l ଏଥିରେ ରଙ୍ଗୋଲି ଜୁନିଅର ଓ ସିନିଅର ବିଭାଗ ପାଇଁ ୪୮ ଜଣ ଝୋଟି ଜୁନିଅର ବିଭାଗ, ସିନିଅର ବିଭାଗ ପାଇଁ ୫୫ ଜଣ ଓ ସଂଗୀତ ରେ ୩୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l ଝୋଟି ଓ ରଙ୍ଗୋଲି ପାଇଁ ବିଚାରକ ଦୁର୍ଗାଶିଷ ପଟ୍ଟନାୟକ , ସଚ୍ଚିଦାନନ୍ଦ ସାହୁ ଓ ଜଗନ୍ନାଥ ସେଠ ତୁଳାଇଥିବା ବେଳେ ସଂଗୀତ ପାଇଁ ବିଚାରକ ଥିଲେ ରମେଶ କୁମାର ଗୁର୍ଲା , ଝସକେତନ ବେହେରା ଓ ଅନ୍ତର୍ଯ୍ୟାମୀ ମେହେର, ପ୍ରାରମ୍ଭ ରେ ଅନୁଷ୍ଠାନ ର ଉପଦେଷ୍ଠା ଶ୍ରୀଯୁକ୍ତ କେଶରଞ୍ଜନ ପଧାନ ମାଁ ସମଲେଶ୍ୱରୀ ଙ୍କ ପୂଜାର୍ଚ୍ଚନା କରି ପ୍ରତିଯୋଗିତା ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭାପତି ଅନିଲ ବେହେରା, ସମ୍ପାଦକ ରଘୁନାଥ ପୁରୀ, ସହ ସମ୍ପାଦକ ପ୍ରତାପ ନାଥ, କୋଷାଧକ୍ଷ ସୁରେଶ ମିଶ୍ର, ଲିଙ୍ଗରାଜ ସାହୁ, ଶାନ୍ତ ସଂଗ୍ରାମ ଭୋଇ, ଅମୀୟ ପୁରୋହିତ,ସରୋଜ ଯୋଶୀ, ସୁଶାନ୍ତ ସରାଫ, ରମେଶ ଗୁର୍ଲା, ଟୁନା, ପଦ୍ମିନୀ ପରିଡା, ଅଞ୍ଜଳି ପରିଡା ସହଯୋଗ କରିଥିଲେ l

Leave A Reply

Your email address will not be published.