ଓଡିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଦୁବାଇରେ ଫସିଥିବା ଆଉ ୭ ଜଣ ପ୍ରବାସୀଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ

0

ଦୁର୍ଘଟଣାରେ ଆହତ ମାଲକାନଗିରି ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବାକୁ ନିର୍ଦ୍ଦେଶକଙ୍କ ହାଇଦ୍ରାବାଦ ଗସ୍ତ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତିତ ହୋଇଥିବା ଆଉ ୭ ଜଣ ପ୍ରବାସୀ ଓଡିଆ ଭୁବନେଶ୍ୱରରେ ପହଞ୍ଚିଛନ୍ତିା ସେମାନେ ହେଲେ ସିମାଞ୍ଚଳ ମହାରଣା, ରିଙ୍କୁ ଦଳେଇ, ତାରିଣୀ ବେହେରା, ସନ୍ତୋଷ କୁମାର ମହାରଣା, ଦାଶରଥି ବେହେରା, ବିଜୟ ପଲେଇ ଓ ଯତୀନ ମହାରଣାା
ଶନିବାର ପ୍ରତୁ୍ୟଷରେ ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲାା ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ପ୍ରିତିଶ ପଣ୍ଡା ଓ ଲକ୍ଷ୍ମୀଧର ବେହେରା ସେମାନଙ୍କୁ ବିମାନ ବନ୍ଦର ଠାରେ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲୋ ଏହାପରେ ସେମାନେ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତିା ସେମାନେ ସୁରକ୍ଷିତ ଭାବେ ଜନ୍ମମାଟିକୁ ଫେରିଥିବାରୁ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ନିର୍ଦ୍ଦେଶକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ ଜଣାଇଛନ୍ତିା
ପୂର୍ବରୁ ୮ ଜଣ ପ୍ରବାସୀ ଓଡିଆ ଗତ ୧ ତାରିଖରେ ଦୁବାଇରୁ ମୁମ୍ବାଇ ଦେଇ ଭୁବନେଶ୍ୱର ଠାରେ ପହଞ୍ଚିବା ପରେ ସେମାନଙ୍କୁ ଜନ୍ମମାଟିରେ ପହଞ୍ଚେଇବାର ବ୍ୟବସ୍ଥା କରାଯାଇଥିଲାା
ସୂଚନାଯୋଗ୍ୟ ଦୁବାଇରେ ୧୫ ଜଣ ଓଡିଆ ଶ୍ରମିକ କାମ କରିବାକୁ ଯାଇ ନିର୍ଯାତିତ ହେଉଥିବା ସଂପର୍କରେ ଖବର ପାଇ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ଓଡିଶା ପରିବାର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଓ ତାଙ୍କ ଟିମ ନିରନ୍ତର ଭାବେ ସେମାନଙ୍କ ସହ ଯୋଗାଯୋଗ ରକ୍ଷାକରି ଓଡିଶା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥଲୋ
ପ୍ରକାଶ ଥାଉ କି, ଓଡିଶା ବାହାରେ ଓ ବିଦେଶରେ ରହୁଥିବା ପ୍ରବାସୀ ଓଡିଆମାନଙ୍କ ସହ ସାମାଜିକ, ସାଂସ୍କୃତିକ, ଭାବଗତ ଓ ପାରିବାରିକ ସମ୍ପର୍କ ରକ୍ଷା କରି ସେମାନଙ୍କ ଭଲମନ୍ଦରେ ଓଡିଶା ପରିବାର ନିର୍ଦେଶାଳୟ ସବୁ ସମୟରେ ସହଯୋଗର ହାତ ବଢେ଼ଇ ଆସିଛିା
ସେହିଭଳି ଗତ ୫ ତାରିଖରେ ଚେନ୍ନାଇଠାରେ ରେଳ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ମୟୂରଭଞ୍ଜ ଜିଲ୍ଲାର କାଠରୁମା କୁଡ଼ିଆପାଳର ସରାଇ ମୁର୍ମୁଙ୍କ ମରଶରୀର ତାଙ୍କ ପୈତୃକ ଗ୍ରାମକୁ ଅଣାଯାଇ ଗତକାଲି ଶେଷକୃତ୍ୟ ସମାପନ କରାଯାଇଥିବାବେଳେ ହାଇଦ୍ରାବାଦରେ ମୃତୁ୍ୟବରଣ କରିଥିବା ମାଲକାନଗିରି ଜିଲ୍ଲାର ତିନିଜଣ ନିର୍ମାଣ ଶ୍ରମିକଙ୍କ ମରଶରୀର ତାଙ୍କ ଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପାଦନ କରାଇବାରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସହଯୋଗ କରାଯାଇଥିଲାା ଏଥିସହ ନିର୍ଦ୍ଦେଶକ ଶ୍ରୀ ରାଉତରାଏ ହାଇଦ୍ରାବାଦ ଦୁର୍ଘଟଣାରେ ଆହତ ମାଲକାନଗିରି ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇ ଚିକିତ୍ସା ବ୍ୟବସ୍ଥା ତଦାରଖ ପାଇଁ ହାଇଦ୍ରାବାଦ ଗସ୍ତ କରିଛନ୍ତିା

Leave A Reply

Your email address will not be published.