ଭୁବନେଶ୍ୱର: ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଓ ଦୌରାଜଜ୍-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ ଶ୍ରୀ ନିଶିଥ୍ ନିଶାଙ୍କଙ୍କ ନିର୍ଦ୍ଦେଶମତେ ଅନୁଷ୍ଠିତ ହୋଇଯାଇଛିା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା, ଟାଙ୍ଗି ବିଚାର ବିଭାଗୀୟ ଅଦାଲତ ପରିସରରେ ଜମିଜମା, ଫୌାଜଦାରୀ, ଚେକ୍ ବାଉନ୍ସ, ଗାଡ଼ିମୋଟର ଦୁର୍ଘଟଣା, ବ୍ୟାଙ୍କ ଋଣ, ଶ୍ରମ, ବିଦୁ୍ୟତ, ବୈବାହିକ ମାମଲା, ଜମି ଅଧିଗ୍ରହଣ, ରାଜସ୍ୱ ମାମଲା, ଖାଉଟି ମାମଲା ପରି ପ୍ରାୟ ସମସ୍ତ ପ୍ରକାର ମାମଲାର ବିଚାର ହୋଇଥିଲାା ବିଭିନ୍ନ ଅଦାଲତରେ ଆଗତ ୭୧ ହଜାର ୯୪୬ ଗୋଟି ବିଭିନ୍ନ ପ୍ରକାର ମାମଲା ମଧ୍ୟରୁ ୪୪ ହଜାର ୫୪୨ଟି ମାମଲାର ଚୂଡ଼ାନ୍ତ ଫଇସଲା କରାଯାଇ ସମୁଦାୟ ୧୧ କୋଟି ୫୬ ଲକ୍ଷ ୧୯ ହଜାର ୬୯୫ ଟଙ୍କା ଜରିମାନା/ ରାଜସ୍ୱ ଆଦାୟ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲାା
ଏହି ଲୋକ ଅଦାଲତରେ ବିଭାଗୀୟ ଅଦାଲତର ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ, ଅଦାଲତ କର୍ମଚାରୀମାନେ ଉପସ୍ଥିତ ଥିଲୋ ରେଜିଷ୍ଟାର, ସିଭିଲ୍ କୋର୍ଟ, କୋର୍ଟ ମ୍ୟାନେଜର, ଭୁବନେଶ୍ୱର ପ୍ରମୁଖ ଅଦାଲତ ପରିଚାଳନାରେ ସହାୟତା କରିଥିଲୋ ଶେଷରେ ଲୋକ ଅଦାଲତର ସାମୁଦାୟିକ ସଫଳତା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସୌଦାମିନୀ ସିଂ, ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ, ଆଇନଜୀବୀ, ବ୍ୟାଙ୍କ ପରିଚାଳକ, ଟେଲିଯୋଗାଯୋଗ, ବିଦୁ୍ୟତ, ଖାଉଟି ବିଭାଗର ପଦାଧିକାରୀମାନଙ୍କୁ ଧନ୍ୟବାଦ ଦେଇଥିଲୋ ଚଳିତ ବର୍ଷର ଅନ୍ତିମ ଲୋକ ଅଦାଲତ ଚଳିତ ବର୍ଷ ଡିସେମ୍ବର ୯ ତାରିଖ (ଦ୍ୱିତୀୟ ଶନିବାର) ଦିନ ଅନୁଷ୍ଠିତ ହେବ ଏବଂ ଜନସାଧାରଣ ଏହାର ସୁଯୋଗ ନେବାକୁ ସେ ଅନୁରୋଧ ଓ ପରାମର୍ଶ ପ୍ରଦାନ କରିଥିଲୋ
Sign in
Sign in
Recover your password.
A password will be e-mailed to you.