ଗଜପତିରେ ଏହି ବର୍ଷର ତୃତୀୟ ଲୋକ ଅଦାଲତ ରେ : ଟ. ୯୦୨୦୫୯.୦୦ କ୍ଷତିପୂରଣ ନିର୍ଦେଶ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶନିବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ତୃତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।
ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ଚିଠି ଅନୁଯାଇ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଜିଲ୍ଲା ତଥା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭନ୍ନ କୋର୍ଟ କାର୍ଯ୍ୟ ତଦାରଖ ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାର ର ବିଚାରଧିନ ଥିବା ମାମଲାରେ ତ୍ବରିତ ବିଚାର ପାଇଁ ପଦକ୍ଷେପ ସ୍ବରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚ ମାନ ପ୍ରତିଷ୍ଠା କରଯାଇଥିଲା।
ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍ ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପ୍ରଦୀପ କୁମାର ସାମଲ , ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ନରୋତ୍ତମ ସେଠୀ , ସବ ଜଜ୍ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଉପ ଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ।
ସେହିପରି ଭାବେ ରା.ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସବ ଜଜ୍ ଶ୍ରୀ ପୁଣ୍ୟଶ୍ଳୋକ ରଥ , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ତରୁଣ କୁମାର ସେଠି , ମୋହନା କୋର୍ଟ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରି ଶ୍ରୀ ଶୁଭଜିତ ବେହେରା ଓ କାଶିନଗର ଗ୍ରାମ୍ୟ ନ୍ୟାୟଳୟ ର ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ସୁଶ୍ରୀ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ। ଆୟୋଜିତ ଲୋକ ଅଦାଲତ ରେ ରାଜ୍ୟ ଆଇନ ସେବା ପ୍ରାଧିକାରଣ ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରୀୟ ବ୍ୟାଙ୍କ ର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ ମାମଲା ର ସମାଧାନ ପାଇଁ ଚେଷ୍ଟା କରିଥିଲେ।
ଆୟୋଜିତ ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ ଓକିଲ ସଂଘ ସଭାପତି ଓ ସମ୍ପାଦକଙ୍କ ସମେତ ସମସ୍ତ ବରଷ୍ଠ ଓକିଲ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ କୋର୍ଟ ରେ ନିଜ ନିଜ କେସ ମକଦ୍ଦମାରେ ସହଯୋଗ ପ୍ରଦାନ କରିଥିଲେ। ଏହି ଲୋକ ଅଦାଲତ ରେ ସମୁଦାୟ ୭୬୦ଟି କେସ କୁ ବିଚାର କୁ ନିଆଯାଇ ୧୦୩ ଟି ମାମଲା ର ତ୍ବରିତ ସମାଧାନ କରାଯାଇ ଟ. ୯୦୨୦୫୯.୦୦ ଜରିମାନା ଆଦାୟ କରଯାଇଥିଲା। ଉପସ୍ଥିତ ବ୍ୟାଙ୍କ ମାନେ ଉପସ୍ଥିତ ରହି ୬୧୮ ଟି କେସ ରୁ ୫୯ ଟି ସମାଧାନ କରି ଟ. ୫୨୬୦୫୯.୦୦ ଜରିମାନା ଆଦାୟ କରିଥିଲେ। ଏହି ଲୋକ ଅଦାଲତ କୁ କୋର୍ଟ କର୍ମଚାରୀ ଓ ପ୍ରାଧିକରଣ ର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।

Leave A Reply

Your email address will not be published.